ସଲାମ କରୋନା ମହାଯୋଦ୍ଧା

ସଲାମ କରୋନା ମହାଯୋଦ୍ଧା - ମଧୁସ୍ମିତା ସେନାପତି

ସଲାମ୍ କରୁଛି ବିଶ୍ଵ ଆଜି
ସେହି କରୋନା ମହାଯୋଦ୍ଧାଙ୍କୁ
ସଲାମ୍ କରୁଛି ବିଶ୍ଵ ଆଜି
ନର୍ସ ଓ ଡ଼ାକ୍ତର ଧର୍ମୀଙ୍କୁ
ସେହି ପୋଲିସ କର୍ମୀଙ୍କୁ ......!!

ଭୁଲିଛନ୍ତି ଯେ ନିଜ ସ୍ବାର୍ଥ କୁ 
ସଲାମ୍ କରୁଛି ବିଶ୍ଵ ଆଜି
ସେହି ପତ୍ରକାରଙ୍କୁ
ସେହି କରୋନା ମହାଯୋଦ୍ଧାଙ୍କୁ....!!

ଭ୍ରୁକ୍ଷେପ ନକରି ନିଜ ଜୀବନକୁ
ଯେ ଦେଇଛନ୍ତି ତାଙ୍କର 
ପ୍ରତ୍ୟେକ କ୍ଷଣ ଆମ୍ଭମାନଙ୍କୁ
ସଲାମ୍ କରୁଛି ବିଶ୍ଵ ଆଜି
ସେହି କରୋନା ମହାଯୋଦ୍ଧାଙ୍କୁ....!!


ସେହି ସହଯୋଗୀ କର୍ମୀଙ୍କୁ 
ଯେ ଭୋକିଲା ମୁହଁରେ
ଦେଇଛି ଆହାର
ଭୁଲି ନିଜ ସ୍ବାର୍ଥ କୁ
ସଲାମ୍ କରୁଛି ବିଶ୍ଵ ଆଜି
ସେହି କରୋନା ମହାଯୋଦ୍ଧାଙ୍କୁ.....!!

2 Comments

  1. ଅତି ସୁନ୍ଦର ଭାବରେ ଲେଖିଛନ୍ତି। ଆମ ଦେଶର ସମସ୍ତ କରାେନା ମାହଯୋଦ୍ଧା ଏହି କବିତା କୁ ନିଶ୍ଚୟ ପସନ୍ଦ କରିବେ। ଅତି ଉଚ୍ଚ କୋଟିର ଭାବନା।

    ReplyDelete

Post a Comment

Post a Comment

Previous Post Next Post