ମୌସୁମୀ

ମୌସୁମୀ - ପ୍ରିୟଦର୍ଶିନୀ ମହାନ୍ତି

ମୌସୁମୀ - ପ୍ରିୟଦର୍ଶିନୀ ମହାନ୍ତି

               ମ-ମନହୁଏ ଆନମନା,                
ଉ-ଉଏଁ ନୂଆ ଉନ୍ମାଦନା,
ସୁ-ସୁନ୍ଦର ଏ ଧରଣୀକୁ 
ମୀ-ମିଳେ ଖୁସି ଦୁଇଗୁଣା।

ମ-ମନଲୋଭା ଏ ବରଷା,
ଉ-ଉଚ୍ଚ କରି ତା' ଭରଷା,
ସୁ-ଶୂନ୍ୟରୁ ପଡଇ ଝରି,
ମୀ-ମିଳନକୁ କରି ଆଶା।

ମ-ମଧୁଭରା ଏ ମିଳନ,
ଉ-ଉଡ଼ିବୁଲେ ଏହି ମନ,
ସୁ-ସୁପ୍ତ ବୀଜ ଜାଗରତ,
ମୀ-ମିଳିଲେ ବର୍ଷା ଆଲିଙ୍ଗନ।

ମ-ମହକେ ମାଟିର ଛାତି,
ଉ-ଉପସ୍ଥିତ ହେଲେ ସ୍ଥିତି,
ସୁ-ସୁବିଶାଳ ଏ ବସୁଧାକୁ
ମୀ-ମିଳଇ ନିଦାଘୁ ମୁକ୍ତି।


Post a Comment

Post a Comment (0)

Previous Post Next Post
Free Shubhdristi App Download Now