ଅସ୍ତିତ୍ବ ବିହୀନ ଆଧୁନିକତା

ଅସ୍ତିତ୍ବ ବିହୀନ ଆଧୁନିକତା - ପି. ପୁରବୀ ମହାନ୍ତି


ସୂର୍ଯ୍ୟ ଙ୍କ ପ୍ରକୋପ ଧୀରେ ଧୀରେ ବଢ଼ିବାରେ ଲାଗିଛି ରାଜ ରାସ୍ତା ଉପରେ । ସୂର୍ଯ୍ୟ ଯେମିତି ଗୋଟେ ଗୋଟେ ଉଲ୍କା ପିଣ୍ଡ କୁ ସୃଷ୍ଟି କରିଦେଇଛନ୍ତି ସହର ବାସୀ ଙ୍କ ପାଇଁ । କରିହେବ ବି ତ କଣ,ନା ଏଠି ଅଛି ଗାଆଁ ର ଗଛ ଲତା ବନାନୀ ର ମହକ ନା ଅଛି ଫୁଲ ର ସୁଗନ୍ଧିତ ମାଦକ । ଗାଆଁ ର ଆପଣା ପ୍ରତିଛବି ବି ତ ଫୁଟି ପାରେନି ସହର ର ଗହଳି ରେ । ସହର ଗହଳି ରେ ପାଖକୁ ପାଖ ସମସ୍ତେ ଯାଉଛନ୍ତି ସତ କିନ୍ତୁ ମାନସିକ ସ୍ତରରେ ସମସ୍ତେ ଢେର୍ ଅପହଞ୍ଚ ଇଲାକାରେ ଅବସ୍ଥାପିତ କିନ୍ତୁ ଗାଆଁ ରେ ସେ କଥା ନାହିଁ ସେଠୀ ପାଞ୍ଚ ହେଉ କି ପାଞ୍ଚ ସହ ସମସ୍ତେ ଆପଣା ର ପରିଧି ଭିତରେ ଦଣ୍ଡାୟ ମାନ ଆଉ ସେ ଆପଣାର ପରିଧି ଢେର୍ ଅଧିକ, ସାଇ ପଡ଼ିଶା, ଦାଦା, ଖୁଡି, ମଉସା ମାଉସୀ ଆହୁରି କେତେ ନା କେତେ ସମ୍ପର୍କ । ବେଳେ ବେଳେ ଦୁଃଖ ଲାଗେ ଭାବିଲେ କି ନିଜ ପରିବେଶ ଛାଡିକି ବାହାର ପରିବେଶ ରେ ମଣିଷ କରୁଛି କଣ , ତା ର ଗୋଟେ ସିଧା ସଳଖ ଉତ୍ତର ପେଟ ଖଣ୍ଡିକ ପାଇଁ । ହଁ ତା ବି ସତ କଥା ପେଟ ପାଇଁ ହିଁ ତ ସବୁ ନାଟ । ରମେଶ ବାବୁ ମଧ୍ୟ ସେଇ ପେଟ ଖଣ୍ଡିକ ପାଇଁ ଆଜି ସାଜିଛନ୍ତି ସହର ର ପ୍ରତିଷ୍ଠା ସମ୍ପନ୍ନ ଲୋକ ମାନଙ୍କ ଭିତରୁ ଗୋଟିଏ । ଏକଥା ମଧ୍ୟ ସେ ଜାଣିଛନ୍ତି ଏଇ ଚାକଚକ୍ୟ ଆଉ ଦେହ କୁ ମନ କୁ ସୁହାଉନାହିଁ କଣ ପାଇଁ ଏମିତି ଭାବନା ହଠାତ୍ ଆସିଯାଇଛି ସେ ଏପର୍ଯ୍ୟନ୍ତ ସୁଦ୍ଧା ଭାବିପାରୁ ନାହାଁନ୍ତି, ପ୍ରଥମେ ରମେଶ ବାବୁଙ୍କ ବିଷୟରେ
 ଜାଣି ଯିବା, ଗୋଟିଏ ବେସରକାରୀ କମ୍ପାନୀର ଅଧସ୍ତନ କର୍ମଚାରୀ, ଦରମା ତାଙ୍କ ପାଇଁ ଓ ତାଙ୍କ ପରିବାର ପ୍ରତିପୋଷଣ ପାଇଁ ଯଥେଷ୍ଟ ତେଣୁ ଟଙ୍କା ପଇସା ରେ ତାଙ୍କ ର କୌଣସି ପ୍ରକାର ଅବଶୋଷ ନାହିଁ, ପରିବାର ରେ ସ୍ତ୍ରୀ ମିଲି, ଗୋଟିଏ ଝିଅ ଆୟୁସୀ ଆଉ ଗୋଟିଏ ପୁଅ ଅଜୟ ବାସ୍ ପରିବାର ସମ୍ପୂର୍ଣ୍ଣ ଆରେ ହଁ ଦେଖିବାକୁ ଗଲେ ତାଙ୍କର ଆଉ ତାଙ୍କ ଧର୍ମ ପତ୍ନୀ ଙ୍କ ଉଦାର ଗୁଣ ଯୋଗୁଁ ତାଙ୍କ ଘରେ କାମ କରୁଥିବା ଗୋପୀ ମଧ୍ୟ ଘରର ସଦସ୍ୟ ପରି, ଗୋପୀ ତାଙ୍କର ସବୁ ଦୁଃଖ ଆଉ ସୁଖ ରେ ତାଙ୍କ ପାଇଁ ପ୍ରସ୍ତୁତ ହୋଇ ରହେ ସେ ଗୋପୀ ହିଁ ଜାଣିଛି ଯେ ସରକାରୀ କ୍ୱାର୍ଟର ରୁ ମହଲ ଭଳି ଘର କରିବାପାଇଁ ଯେ ରମେଶ ବାବୁ ଙ୍କୁ କମ୍ ପରିଶ୍ରମ କରିବାକୁ ପଡ଼ିନଥିଲା ଭୁବନେଶ୍ୱର ଭଳି ସହରରେ ହଁ କିନ୍ତୁ ଏକଥା ମଧ୍ୟ ସତ ଯେ ଏଭଳି କଷଟି ପଥରେ ମିଳି ଆଉ ଗୋପୀ ଇଟା ଭଳି ଦୃଢ଼ ହୋଇ ଛିଡ଼ା ହୋଇଥାନ୍ତି ରମେଶ ବାବୁ ସହିତ, ମନେ ପଡ଼ିଯାଏ ସଂଘର୍ଷ କରିବାକୁ ପଡିଲା କିନ୍ତୁ ଆଶ୍ଚର୍ଯ୍ୟ ର କଥା ସେତେବେଳେ ଗାଆଁ କୁ ଏତେ ମନେ ପକାଉ ନ ଥିଲେ କିନ୍ତୁ ଆଜି ସଂଘର୍ଷ ରୁ ସଫଳତା ର ସିଡ଼ିରେ ପାଦ ରଖି ଏକ ଆରାମ ଦାୟକ ସିଂହାସନରେ ସୁରକ୍ଷିତ ରୂପରେ ବସି ମଧ୍ୟ ମନର କୌଣସି ଏକ ଜାଗା ରେ କ୍ଷତ ବା ଅପୂରଣୀୟ ସ୍ଥାନଟେ ରହି ଯାଇଛି, ସେ ସ୍ଥାନଟି ଯେ କି ସ୍ଥାନ ଆଉ କେବେ ପୂରଣ ହେବ ବୁଝିବା ଐନ୍ଦ୍ରଜାଲ ପରି ଦିଗହୀନ,, ଏମିତି ଭାବୁ ଭାବୁ ରମେଶ ବାବୁ ପହଞ୍ଚି ଗଲେ ତାଙ୍କ ସ୍ଥଳ ରେ ମାନେ ଘରେ,, ଓଃ କି ଖରା ରେ ବାପ୍ ରେ ବାପ୍,, ବାରଣ୍ଡା ର ହେଙ୍ଗିଙ୍ଗ ଚେୟାର କୁ ଟାଣି ଆଣି ବସି ପଡ଼ିଲେ ଆଉ ଏକ ଦୀର୍ଘ ନିଃଶ୍ବାସ ନେବାକୁ ଲାଗିଲେ, କିଛି ସମୟ ଆଖି ବନ୍ଦ କରିଛନ୍ତି କି ନାହିଁ ମିଲୀ ପାଣି ଗ୍ଲାସ୍ ଧରି ଆସିଲା ଆଉ ଟେବୁଲ୍ ଉପରେ ଥୋଇଦେଇ ତା ସବୁ ଦିନ ଭଳି ବାର ଘଣ୍ଟା ର ଖବର ଗାଇବାକୁ ଲାଗିଲା, ପାଖ ଘର ଦାସ୍ ବାବୁଙ୍କ ମିସେଷ ରିନା କଥା , ଆୟୁସି ଅଜୟ ଆଇ ପାତ୍ର ବାବୁ ଙ୍କ କଥା ଆହୁରି କେତେ ନା କେତେ ମୁଁ ଆଖି ବନ୍ଦ କରି ଚେୟାର ରେ ଆଉଜି ହୋଇ ବସିଥାଏ ହଠାତ୍ ମୋ ଆଖି ଖୋଲିଗଲା ଆଉ ମୋ ମୁହଁରୁ ବାହାରି ଆସିଲା କଣ୍ ସତରେ ଶରତ ବାବୁ ଗାଆଁ କୁ ପଳେଇଯିବେ, ଶରତ ବାବୁ ଆମ ପଡ଼ୋଶୀ ନୟାଗଡ଼ ଜିଲ୍ଲାରେ ଘର ତାଙ୍କର, ସେ ମୋର ଜଣେ ଉତ୍ତମ ବନ୍ଧୁ ମଧ୍ୟ କିନ୍ତୁ କାହିଁକି କେଜାଣି ଅଜଣା ରାଇଜରୁ ଫେରି ଭାବିଲି କି ଭାଗ୍ୟ ତାଙ୍କର ସତେ ଏବେ ସେ ନିଜ ଗାଆଁ କୁ ଫେରୁଛନ୍ତି । ବହୁତ୍ ସମୟ କଟାଇଲେ ଅପରିଚିତ ସମାଜ ଆଉ ବିରାଟ ଭିତରେ ନିଜସ୍ଵ ଧୁଆଁଳିଆ ଅସ୍ତିତ୍ବ ଭିତରେ କିନ୍ତୁ ବର୍ତ୍ତମାନ ସେ ଫେରିବେ ତାଙ୍କ ଜାଗା କୁ ତାଙ୍କ ପରିବେଶ କୁ ଯେଉଁଠାରେ ସେ ନିଃଶ୍ବାସ ନେଇପାରିବେ ଆଉ ନିଜର ଅସ୍ତିତ୍ବ କୁ ଖୋଜି ପାରିବେ । ରମେଶ ବାବୁ ଚାଲିଲି ଏବେ କେହି ଜଣେ ରାସ୍ତା ରେ ଦେଖା ଗଲା । ଆରେ ହଁ ସେ ତ ଶରତ । କାର୍ ର ପଛ ସିଟ୍ ରେ ବସିଛି ଆଉ ପୂର୍ବ ଅଭ୍ୟାସ ଭଳି ହାତ ରେ ତାର ସିଗାରେଟ୍ ଧୁ ଧୂ ହେଇ ଧୁଆଁ ଦେଉଛି । ମୋର ଆଉ ସାହାସ୍ ହେଲା ନାହିଁ ବାରଣ୍ଡା ତଳ କୁ ଓହ୍ଲେଇ ତାଙ୍କୁ ବିଦାୟ ଦେବାକୁ କହିବାକୁ ଗଲେ ତାଙ୍କୁ ବିଦାୟ ଦେବାକୁ ସାହାସ୍ ନୁହେଁ ମୋ ଫାଙ୍କା , ଅସନ୍ତୁଷ୍ଟ ଅସ୍ତିତ୍ବ ମୋତେ ଭେଟିବାକୁ ଦେଲା ନାହିଁ । ସେ ହାତ ହଲେଇ ଗାଡ଼ି ର ଧୁଆଁ ରେ ବିଦାୟ ଦେଇ ତାଙ୍କ ପଥ ଆଡେ ଆଗକୁ ବଢ଼ିବାରେ ଲାଗିଲେ ।- ଛାତି ଭିତରଟା ଯେମିତି କାଟି ଦେଉଛି ସବୁ କିଛି । ଓଃ ! ଆଉ ଧର୍ଯ୍ୟ କି ସାହସ ନାହିଁ ଦୁଇ ଗୋଡ଼ ରେ ଛିଡା ହେବାକୁ , ଗାଡ଼ି ର ଧୁଆଁ ବି ଧୀରେ ଧୀରେ ଆଗକୁ ଆଗକୁ ବଢ଼ିବାରେ ଲାଗିଥିଲା । ମୁଁ ବସି ପଡ଼ିଲି , ସମସ୍ତେ ଘର ଭିତରକୁ ପଳେଇଗଲେ । କଣ୍ ଗୋଟାଏ ଅସନ୍ତୁଷ୍ଟ ଭରା ହୃଦୟ ଦୋଲାୟିତ ହେବାକୁ ଲାଗୁଥାଏ , କଣ୍ ମୁଁ ମୋ କାର୍ଯ୍ୟ ର ସମାପ୍ତି ରେ ଫେରି ପାରିବି ମୋ ଗାଆଁ କୁ ନା ରହିଯିବୀ ସବୁ ଦିନ ପାଇଁ ଏଇ ଚାକ ଚକ୍ୟ ଧୁଆଁଳିଆ ଭିତରେ , ଅସୁବିଧା ଟି ରହୁଛି କଉଠି,କିନ୍ତୁ ମୁଁ ଚାହିଁ ମଧ୍ୟ ଫେରି ପାରୁନାହିଁ । ନା ମିଛ ଏସବୁ ଆଉ ସତ କଥା ଟି ହେଲା ଦାୟିତ୍ଵ ଆଉ କର୍ତ୍ତବ୍ୟ ର ଦ୍ୱାହି ଦେଇ ମୁଁ ଲାଇନ୍ ଖୁଣ୍ଟ ପରି ଛିଡା ହେଇଛି । ଚାହୁଁଥିଲି ଗାଆଁ ର ନିଧି କାକା ଙ୍କ ସେ ଦୋକାନ ପାଖ ବର ଗଛ ଟିଏ ହେବା ପାଇଁ ଯେ କି ଅନେକ ଗାଆଁ ଲୋକ ଙ୍କ ସହ ବସୀ ଥଟ୍ଟା ମଜା କରିପାରିବ , ମନ ଖୋଲା ହସ ହସି ପାରିବ ଆଉ ସେଠୀ ନିଜସ୍ଵ କୁ ଉପଲବ୍ଧି କରିପାରିବ କିନ୍ତୁ ଆଜି ଏ ଆଧୁନିକ ସହରର ଲାଇନ୍ ଖୁଣ୍ଟ ହୋଇ ନିଃସଙ୍ଗ ଏକୁଟିଆ ସହର ର ଗଳି କନ୍ଦି ଦେଖୁଛି ଆଉ ଭିଡ଼ ରେ ନିଜକୁ ଅସ୍ତିତ୍ବ ବିହୀନ ମନେ କରି ଦଣ୍ଡାୟମାନ ହୋଇ ରହି ଯାଇଛି ବାସ୍ । ପାଖ ଗଛ ଉପରେ ସବୁ ଦିନ ଭଳି ବଣୀ ଦୁଇଟି ଆସି ବସିଲେଣି କେତେ ବେଳୁ ମୋର ଆଉ ସେଇ ଆଡେ ଧ୍ୟାନ ଯାଇନାହିଁ , ସେ ବଣୀ ମାନେ ଜାଣିପାରୁ ନାହାନ୍ତି କେବେ କିଏ ଖାଇବା ଲୋଭ ଦେଖେଇ ତାଙ୍କୁ ଅତ୍ୟାଧୁନିକ ସହରୀ ପିଞ୍ଜରାରେ ବନ୍ଦୀ କରିଦେବ ଯେ ଚାହିଁ ଲେ ମଧ୍ୟ ନିଜ ଗନ୍ତବ୍ୟ ଆଉ ପରିଚିତ ସ୍ଥାନକୁ ଯାଇପାରିବେ ନାହିଁ ଯେପରି ମୁଁ ଯାଇପାରୁ ନାହିଁ ଅଦୃଶ୍ୟ ପିଞ୍ଜରାରୁ । ଯାଏ କଣ୍ ଟିକେ ଆଣି ପକେଇଦିଏ ଖାଇ ଦେଇ ଉଡି ଜାନ୍ତୁ ତାଙ୍କ ସ୍ଥାନକୁ । ଚେଆର୍ ରୁ ଉଠି ଭିତରକୁ ଆସିଲି ଆଉ ସେ ବଣୀ ଦୁଇଟି ଅନେଇ ରହି ଥାନ୍ତି ସତେ ଯେମିତି ମୋ ନିଃସଙ୍ଗ କୁ ଠଉରାଇ ଦେଉଛନ୍ତି ।

Post a Comment

Post a Comment (0)

Previous Post Next Post
Free Shubhdristi App Download Now