ତୁମେ ପରା ମୋର ବାପା

ତୁମେ ପରା ମୋର ବାପା - ଶ୍ରୀମାନି ପ୍ରିୟଦର୍ଶିନୀ ଦାସ


ତୁମ ନାମ ଶୁଣି
ମୁଁ ଭୟ ପାଏ, ଆନନ୍ଦ ବି ପାଏ
କେବେ ଭାବବିହ୍ୱଳ ବି ହୁଏ
ତୁମେ ପରା ମୋର ବାପା !

ତୁମେ ଯେତେବେଳେ
ଧରିଥାଅ ମୋର ହାତ
ଭୁଲି ମୁଁ ନଯାଏ ବାଟ
ତୁମେ ପରା ମୋର ବାପା !

ତୁମେ ମୋର ଭଗବାନ
ସଠିକ୍ ମାର୍ଗଦର୍ଶନ ଦେଖାଇଛ
ଭଲଧାରଣା ବି ଶିଖାଇଛ
ତୁମେ ପରା ମୋର ବାପା !

ତୁମେ ହିଁ ଶିଖାଇଛ
ଖଡ଼ି ଛୁଆଁ ମୋତେ ପ୍ରଥମ
ଓ କର୍ତ୍ତବ୍ୟ ହିଁ ଭଗବାନ
ତୁମେ ପରା ମୋର ବାପା !

ତୁମ କଥା ମନେପଡେ
ଭୋକ ଉପାସରେ ଥିଲେ
କେବେ ପରାଜିତ ହେଲେ
ତୁମେ ପରା ମୋର ବାପା !

ତୁମେ ନିତି କୁହ
ଅନ୍ଧାରକୁ ଭୟ ନକରି
ସଫଳତା ପଥେ ଯାଅ ମାଡ଼ି
ତୁମେ ପରା ମୋର ବାପା !

ତୁମେ ହିଁ ସାହସ ଦିଅ
ଭୁଲି ସବୁ ଦୁଃଖ କଷ୍ଟ
କରିବା ଜୀବନକୁ ଆଲୋକିତ
ତୁମେ ପରା ମୋର ବାପା !

ତୁମ ଠାରୁ ପରା ଶିଖିଛି
ସ୍ନେହଶ୍ରଦ୍ଧା ଓ ଭଲ ପାଇବା
କୌଣସି କଥାରେ ଅଭିମାନ ନ କରିବା
ତୁମେ ପରା ମୋର ବାପା !

ତୁମେ ଯେତେ ଲୁଚାଇଲେ ମଧ୍ୟ
ମୁଁ ନିଜ ଆଖିରେ ଦେଖିଛି
ଲୁହ ସବୁ ପିଇଯାଅ ହସି
ତୁମେ ପରା ମୋର ବାପା !

ତୁମକୁ ଶେଷରେ କହୁଛି
ବଞ୍ଚିଥାଏ ଅବା ମରିଯାଏ
ପ୍ରତିଦିନ ତୁମ ପାଖରେ ଥାଏ
କାରଣ, ତୁମେ ପରା ମୋର ବାପା !

Post a Comment

Post a Comment (0)

Previous Post Next Post
Free Shubhdristi App Download Now