ହଜିଲା ସ୍ମୃତି

ହଜିଲା ସ୍ମୃତି - ଦେବାଶିଷ ଦୀକ୍ଷିତ


ଭାଗବତ ଟୁଙ୍ଗୀ ଖାଁ ଖାଁ ଲାଗେ
ନାଇ ଆଉ ସାର କଥା।
ହଳ ଲଙ୍ଗଳ କୁ ଚାହିଦା ନାହିଁ
ଉନ୍ନତି ବିଶ୍ଵର ଭାଷା ।

ହଜି ଯାଇ ଅଛି ସ୍ମୃତିର ଗର୍ଭରେ
ଶଗଡ ଚକାର ଚିହ୍ନ ।
ନାହିଁ ଆଉ ସେଇ ପୋଖରୀ ତୁଠ
ବଧୂର ସକଳ ସ୍ନାନ ।

ଗାଇ ଗୋଠ ନେଇ ଗୋପାଳ ଭାଇର
ନାଇ ଆଉ ସେ କାଳ।
ନାହିଁ ଆଉ ସେଇ ସବୁଜିମା କ୍ଷେତ
ବାର ମାସି ଚାଷ ବାସ ।

ସଡକ କଡରେ ଦେଖିଯାଉନାହିଁ
ବେରଙ୍ଗି ବେରଙ୍ଗି ଫୁଲ ।
ଦେଖା ଯାଉ ନାହିଁ ସରସୀ ପୋଖରୀ
ପୂର୍ଣ୍ଣ ଥିବା କଇଁ ଫୁଲ ।

ଦେଖାଯାଉନାହିଁ ନିତ୍ୟକର୍ମ ଆଉ
ସୂରୁଜ ଉଇଁବା ପୂର୍ବେ ।
ନିତ୍ୟକର୍ମ ସାରି ନିଳୟ ଛାଡଇ
କର୍ମଠ ମନୁଷ୍ୟ ଦୃଶ୍ୟ।

ହଜି ସାରି ଲାଣି ଛୋଟ ବେଳ କଥା
ବାଲି ଧୂଳିର ସେ ଖେଳ ।
ମିଳେ ନାହିଁ ଦେଖା ରଙ୍ଗମଞ୍ଚ ଆଉ
ଗାଁ ସାଙ୍ଗସାଥୀ ମେଳ ।

ସେ କାଳେ ରାମ ବିବାହକୁ ରାମ ବନବାସ
ମଞ୍ଚସ୍ତ ହୁଏ ନାଟକ ।
ରାମଲୀଳା ଆଉ ମିଳେ ନାହିଁ ଦେଖା
ସ୍ମୃତିର ଗର୍ଭରେ ଭେଟ ।

ନାହିଁ ଆଉ ସେଇ ସକାଳେ କୋଇଲି
କୁହୁ କୁହୁ ଶବ୍ଦ ।
ବାଳୁତ ସ୍ମୃତି କୁ ଫେରିବାକୁ ଚାହେଁ
ଆଶା ହୁଏ ଉଦବେଗ।
     
           
            

3 Comments

Post a Comment

Post a Comment

Previous Post Next Post
Free Shubhdristi App Download Now