ଅଫେରା ମଣିଷ

ଅଫେରା ମଣିଷ - ପ୍ରମିଳା ଦାଶ


ନୀଳ ବର୍ଣ୍ଣ ଅଟେ ଘାସ ବଗିଚାଟି
ଦେଖିଲେ ସୁନ୍ଦର ଲାଗେ ,
ଯେତେ ଶୁଣୁଥିଲେ ଗୀତା ଭାଗବତ
ଅପୂର୍ବ ଅପୂର୍ବ ଲାଗେ ,
ଯେତେ ଭାବୁଥିଲେ ଭାବନା ସରେନା 
ପକ୍ଷୀ ଉଡେ ନାନା ରଙ୍ଗେ ,
ଯେତେ ଭାବୁଥିଲେ ଭାବନା ସରେନା
ଭାବନା ହିଁ ମନ ଭାଙ୍ଗେ, 
ବନ୍ଧୁ ଆସେନାହିଁ ବାନ୍ଧବି ଆସେନା 
କେହିବି ଯିବେନି ସାଙ୍ଗେ, 
ଗଲାବେଳେ ସର୍ବେ ଯିବା ଏକା ହୋଇ 
ଗଛର ଡାଳଟି ଭାଙ୍ଗେ, 
ଏଗାର ଦିନରେ ହରିହରି ବୋଲେ 
ବାର ଦିନେ ହାଣ୍ଡି ଭାଙ୍ଗେ, 
ତେର ଦିନେ ପକ୍ଷୀ ଘରକୁ ଫେରିଲେ, 
ଚଉଦରେ ମନ ଭାଙ୍ଗେ ,
ପନ୍ଦର ଦିନରେ ପ୍ରତ୍ୟାବର୍ତ୍ତ କଲେ
ବସ୍ତ୍ର ପିନ୍ଧି ନାନା ରଙ୍ଗେ ,
ହିଂଶ୍ର ଲୋକଙ୍କର ସାଥିରେ ମିଶିଲେ,
ସଭିଙ୍କ ମିଳନ ଭାଙ୍ଗେ 
ଦୁଃଖୀ ମଣିଷଟେ ଦୁଃଖ କରୁଥିଲେ, 
ତାକୁ ଯେ ପଥର ଫିଙ୍ଗେ 
ସହି ନାହିଁ କେହି ସହିବେ ନାହିଁଟି,
ଏ ବାକ୍ୟ ଲିଭାନ୍ତି ଅଙ୍ଗେ। 


Post a Comment

Post a Comment (0)

Previous Post Next Post
Free Shubhdristi App Download Now