ସାବିତ୍ରୀ ବ୍ରତ

ସାବିତ୍ରୀ ବ୍ରତ - ନନ୍ଦିନୀ ରାଉତ


କରୁଛି ସାବିତ୍ରୀ ବ୍ରତ 
      ମୋ ସୁହାଗ ପାଇଁ 
ପତି ପ୍ରାଣା ସତୀ ଭାବେ 
     ଗଣା ହେବି ମୁହିଁ....... 

ପତି ମୋର ଗୁରୁ ସଖା 
     ସୋଦର ବାନ୍ଧବ 
ପତି ବିନା ଗତି ନାହିଁ 
     ଜାଣ ରେ ମାନବ...... 

ଦୁଇ ଆତ୍ମା ର ମିଳନ 
      ହୋଇଛି ଯେ ଦିନୁ 
ପ୍ରତି ମୁହୂର୍ତ୍ତ କୁ ଆମେ 
      ସୁଖ ବୋଲି ମଣୁ....... 

ପ୍ରତି କ୍ଷଣ ସ୍ୱାମୀ ସୁଖ 
       ହେଉ ମୋ କାମନା 
ଦିନକ ର ସାବିତ୍ରୀ ରେ 
      ସେ ସୁଖ ମିଳେନା..... 

ଭକତି ଅନ୍ତରେ ପୂଜେ 
      ସ୍ୱାମୀ ଙ୍କ ପୟର 
ମୋ ସ୍ୱାମୀ ଦେବତା ମୋର     
       ସେହି ମୋ ଠାକୁର..... 

ଯମ ରାଜାଙ୍କ ପାସ ରେ 
      କରେ ମୁଁ ଗୁହାରି 
ସ୍ୱାମୀ ଙ୍କୁ ଦୀର୍ଘାୟୁ କରି 
       ଯଶ ଦିଅ ଭରି........ 

ସୁଖ ଶାନ୍ତି ଗୌରବ ରେ 
     ଜନ୍ମ ଧନ୍ୟ ହେଉ 
ତାଙ୍କ କୋଳେ ମଥା ରଖି
      ମୋ ଜୀବନ ଯାଉ..... 
             
            

Post a Comment

Post a Comment (0)

Previous Post Next Post
Free Shubhdristi App Download Now