ରଜ

ରଜ - ଶ୍ରୀମାନି ପ୍ରିୟଦର୍ଶିନୀ ଦାସ 


ବାର ମାସରେ ତେର ପର୍ବ
ସେଥିରୁ ଅନ୍ୟତମ ରଜ ପର୍ବ ।
ମୌସୁମୀ ସହିତ ରଜ ଆସିଛି
ଝିଅ ମାନଙ୍କ ମୁଖରେ ହସ ଫୁଟିଛି ।
ବନସ୍ତେ ଡାକିଲାଣି ଗଜ
ଆମେ ହେଲୁଣି ସଜବାଜ ।
ରଜ ତିନିଦିନ ଅଟେ ଆମର
ପିଠା ଖାଇ ଖୁସିରେ ବୁଲୁ ଘରଘର ।
ପାଦରେ ଅଳତା, ହାତରେ ମେହେନ୍ଦି
ନଖରେ ନେଲ୍ ପଲିସ୍ ତ ମଥାରେ ବିନ୍ଦି ।
ନୂଆ ଡ୍ରେସ୍, ଶାଢ଼ୀ ପିନ୍ଧି ଖୁସିରେ ବୁଲୁ
ଗାଁ ପାଖେ ରଜ ଦୋଳିରେ ଝୁଲୁ ।
ଭୂଇଁ ଉପରେ ଚାଲିବା ଆମକୁ ମନା
ପାଦରେ ଚପଲ ସେଥିପାଇଁ ସିନା ।
ସାଙ୍ଗସୁଙ୍ଗା ହୋଇ ସପ ଉପରେ ବସି
ଖୁସି ଗପ ହୋଇ ପିଠା ଖାଉ ହସି ହସି ।
ପିଲାଠୁ ବୁଢ଼ା ଯାଏ ସମସ୍ତେ ଖୁସି ହୁଅନ୍ତି
ତିନି ଦିନ ଯାକ ଖେଳରେ ମାତି ଯାଆନ୍ତି ।
ଆମ ଓଡ଼ିଶାର କେଡେ ସୁନ୍ଦର ପର୍ବ
ସେଥିପାଇଁ ଆମ ମନରେ ବହୁତ ଗର୍ବ ।


Post a Comment

Post a Comment (0)

Previous Post Next Post
Free Shubhdristi App Download Now