ପ୍ରକୃତିର ଅନ୍ତଃସ୍ୱର - ସାଶ୍ୱତିକା ବେହେରା
କିଏ କରେ ରାଜ୍ ଏଠି
କିଏ କହେ ମୁଁ ରାଜା ;
ହେଲେ ପ୍ରକୃତି ଆଗରେ
ସଭିଏଁ ପାଆନ୍ତି ସଜା |
ଦେଖାଏ ତାହାର ବୀର ଋପ
ହୋଇ ହୁଡ଼ହୁଡ୍ ଫନି ଆଦି ;
କିଏବା ଭୁଲିଛି ବା ଭୁଲିବ
ସେ ମହାବାତ୍ଯାର ବିଭିଷୀକାଦି !
ହେ ମନୁଷ୍ୟ,ତୁ ନିଜକୁ ସୁଧାରେ କି ନା
ସୁଧାରେ ତୋର ପ୍ରକୃତିକୁ ;
ଯଦି ସେ ନରହିବ ସୁସ୍ଥରେ
ତୁ ବା କେଉଁ କୂଳକୁ !
ଭୁଲିଯାଉଛୁ କି ତୋ ଅତୀତ କଥା;
ନ' ଅଙ୍କ ଦୁର୍ଭିକ୍ଷ ପରି କେତେ ଯେ ବ୍ଯଥା |
ଥରେ ନଚାହିଁବା ଯଦି ଆଜି ପଛକୁ
କେମିିତି ସୁଧାରିବା ଏ ପରିବେଶକୁ ?
ହୁହୁ ହେଇ ବଢ଼ିଛି ଏ କଳକାରଖାନା ମାନ;
ସାଜିଛି ଆଜି ଏସବୁ ଆମ ମୃତ୍ଯୁ ସମାନ |
ପ୍ରକ୍ରୁତି ପାଇଁ ନିଜେ ଆମେ ସାଜିଛେ କାଳ;
ଯେମିତି କାଠବେଣ୍ଟ ବିନା ହୀନ କୁରାଢ଼ୀର ମୂଲ୍ୟ |
ବୁଝିବା ଦିନେ ଥିଲା ଦୁର୍ଲଭ ଜଳ, ଵୃକ୍ଷ ,ମୃତ୍ତିକା
କେମିତି କଟିବ ଏ ସମୟର ବିଭୀଷିକା !
Very nice.
ReplyDeleteNice line
ReplyDeleteNice poem
ReplyDeletePost a Comment