ପାଞ୍ଚାଳି

ପାଞ୍ଚାଳି - ସ୍ପନ୍ଦନ କୁମାର ପରିଡା

ଚାରିଆଡେ ନରରୂପୀଙ୍କ ବିକଟାଳ ରାବ,
ଅସହାୟ ବେଦନାରେ ଘୁରି ବୁଲୁ ଥାଏ ସେ
କିଏ ବା ତାକୁ ସାହା ହେବ?
ଧର୍ମ କୁ ସାକ୍ଷୀ ରଖି ଜଲ୍ହାଦ ସାଜିଛି ଅଧର୍ମ,
କିନ୍ତୁ ସେଦିନ ମୁକ ପାଲଟିଗଲେ ଭୀଷ୍ମ,
ସତ୍ୟ ସବୁ ହଜିଯାଇଥିଲା ବିନ୍ଧାଣି ହାତରେ.........
ଆଃ..…ନିନ୍ଦନୀୟ ସେ ଦୃଶ୍ୟ!

ବିଧିର ବିହି ପାଲଟିଲା ସ୍ଥାଣୁ
ମା'ର କୋଳରେ ଲୋଟିଗଲା ଖିନଭିନ୍ ଶରୀର ଟା,
ରକ୍ତଭିଜା ପଣତକାନିରୁ ଦେଖାଯାଏ ଅଗ୍ନି ଦଲକା,
ମା' ସବୁ ଦେଖିବି ପାଲଟିଗଲା ମୃତ,
ମୃତ ମା' କୁ ଜାବୁଡି ଧରିଥାଏ ଭୋକିଲା ସନ୍ତାନ......

ମାୟା ଚକ୍ରବ୍ୟୁହରେ ଆଜି ବନ୍ଦୀ ଅଭିମନ୍ୟୁ,
ଭୀଷ୍ମ ସାଜି ଦେବତ୍ଵ ଗାଥା କହିଲେ,
ବିନ୍ଧାଣି ସାଜି ମାଡି ବସନ୍ତି ନରରୂପୀ ଭକ୍ଷକ,
ଅଧର୍ମରେ ଲୋଟି ଯାଏ,
ପାଣ୍ଡବ ଙ୍କ ଧର୍ମ ଶିର।

ଯେଉଁଠି ପାଞ୍ଚାଳି ବି ଭାଗିଦାର,
ସେଠି ନାରୀ କୋଉ ସୁରକ୍ଷିତ,
ନାରୀ କୁ ଖିନଭିନ୍ କରନ୍ତି,
ମାଂସ ଲୋଭୀ ରାକ୍ଷସ,
ତାଙ୍କର କଲିଜା ଭିତରେ ରୁଧିର ବି ବିଷାକ୍ତ,
ସମସ୍ତେ ସକୁନି ତ ଏଠି।
ଅଧର୍ମର ଜଲ୍ହାଦି ଆଗରେ ଧର୍ମ ଏକା 
ଗାନ୍ଧାରୀ ଙ୍କ ନୟନ ପଟି।

Post a Comment

Post a Comment (0)

Previous Post Next Post
Free Shubhdristi App Download Now