ଲକ୍ ଡାଉନ୍

ଲକ୍ ଡାଉନ୍ - ପ୍ରଜ୍ୟୋତି ମିଶ୍ର


ସକାଳୁ ସବୁ ଡେରି ରେ ଉଠିଲା ବେଳେ ସେ କିନ୍ତୁ ଭୋର୍ ରୁ ଉଠି ସମସ୍ତଙ୍କ ପାଇଁ ଭାରି ଆଦରରେ ଚା ବନାଉଥାଏ,

ତା’ପରେ ପୁଣି କିଏ କମ୍ ତେଲ ସକାଳୁ ଖାଇବ ତ ଆଉ କାହା ଫରମାଇସ୍ ରାତି ରୁ ଥାଏ ଉପମା ବରା ସବୁ କରି ସେ ରଖିଦେଇଥାଏ,

ତା’ ପରେ ବି ତା’ କାମ ସରି ନ ଥାଏ,

ଘରେ ବସି ବସି ସବୁ ଥକି ଯାଉଥିବା ବେଳେ ସେ ନିଜ ଆରାମ ଭୁଲି ବାକି ସମସ୍ତଙ୍କ ମନ ଆଉ ପେଟ ଆରାମ କଥା ଭାବି କାମରେ ଲାଗିଥାଏ,

ଲକ୍ ଡାଉନ୍ ରେ କାହାର କାମରୁ ପୁରା ମୁକ୍ତି ତ ଆଉ କିଏ ଅନେକ କିଛି ନିଜ ମନ ପସନ୍ଦରେ କରିବାକୁ ସମୟ ବାହାର କରୁଥାଏ ଆଉ ସେଠି ସେ ସମସ୍ତଙ୍କ ପସନ୍ଦ କୁ ନିଜର ମାନି ନେଇ କାମରେ ଲାଗିଥାଏ,

ତା’ର ନା ଅଛି ଛୁଟି, ନା ଅଛି କାମରୁ ଟିକେ ମୁକ୍ତି,
ହେଲେ ବି ନାହିଁ ତା’ର ଟିକେ ବି ଅଭିମାନ,
ସେ ସ୍ତ୍ରୀ ସେ ମା’ ଆଉ ସତରେ ସେ ନାରୀ ମହାନ୍..
ସେ ଖୋଜେ ଖାଲି ଟିକେ ଦୁଇ ପଦ ମିଠା କଥା,
ସେଇ ସ୍ନେହରେ ଭୁଲେଇ ଦିଏ ତା’ର ସବୁ ବ୍ୟଥା..
ଦିନ ରାତି ଆରାମ ପାଇଁ ସେ କେବେ ହେଇନି ବିକଳ,
ସେ ଲୋଡେ ତା’ ଦେହ ମନ କଥା ଟିକେ ପଚାରି ବୁଝୁଥିବ କିଏ
ସଂଜ ହଉ କି ସକାଳ 

1 Comments

  1. ଖୁବ୍ ସୁନ୍ଦର୍ ବର୍ଣ୍ଣନା❤️🌸

    ReplyDelete

Post a Comment

Post a Comment

Previous Post Next Post