ଉତ୍କଳ ଦିବସ

ଉତ୍କଳ ଦିବସ - ସଂଗୀତା ବାରିକ୍
      
ସବୁଠୁ ସୁନ୍ଦର ମଧୁଠୁ ମଧୁର
       ଆମ ଏ ଉତ୍କଳ ମାଆ,
ତାର ଶୋଭାରାଜି ହୄଦୟକୁ ଛୁଏଁ
      ବୁହାଏ ସେନେହ ବାଆ ।
ଦେହେ ତାର ଅଛି ଶିରୀକ୍ଷେତ୍ର ଧାମ
      ବସିଛି ଜଗତନାଥ
ଯାହାର ଇଶାରେ ବିଶ୍ଵବାସୀଙ୍କର
      ଶ୍ଵାସ ହୁଏ ଆତଯାତ ।
ସପ୍ତାଶ୍ଚର୍ଯ୍ୟ ମଧ୍ୟେ କୋଣାରକ ଆମ
      ଗରବେ ହୋଇଛି ଯୋଡା,
ଚଳନ୍ତି ସୂର୍ଯ୍ୟଙ୍କ ବିଖ୍ୟାତ ମନ୍ଦିର
       ଟାଣୁଛନ୍ତି ସପ୍ତ ଘୋଡା।
ଏହି ମାଆ ଆମ ବହୁବର୍ଷ ତଳେ
      ଥିଲା ପୂର୍ଣ୍ଣ ସଂକୁଚିତ,
ତାର ବରପୁତ୍ର ଆପ୍ରାଣ ଉଦ୍ୟମେ
       କଲେ ତାକୁ ବିସ୍ତାରିତ ।
ଉତକଳ ସମ୍ମିଳନୀ ଗଢିଥିଲେ
     ଉତ୍କଳ ଗୌରବ ଆମ,
ବହୁ ବରପୁତ୍ର ମିଶାଇଲେ ହାତ
     ସଫଳ ହୋଇଲା ଶ୍ରମ ।
ଓଡ଼ିଆ ଭାଷାର ବିକାଶ କରିଲେ
     ଚେଇଁଲେ ଓଡ଼ିଆ ଜାତି,
ଉନବିଂଶ ଛତିଶ ଏପ୍ରିଲ ଏକରେ
     ସ୍ଵତନ୍ତ୍ର ଓଡ଼ିଶା ସ୍ଥିତି ।
ଓଡିଶାବାସୀଙ୍କ ଅଟେ ପୁଣ୍ୟ ତିଥି
     ଉତ୍କଳ ଦିବସ ଆମ,
ଆସ ଢାଳିଦେବା ପଦେ ତା ପ୍ରଣତି
     ହୄଦୟୁ ନିଗାଡି ପ୍ରେମ ।
    
  ସଂଗୀତା ବାରିକ୍
    ବାଲେଶ୍ଵର

Post a Comment

Post a Comment (0)

Previous Post Next Post
Free Shubhdristi App Download Now