ଉତ୍କଳ ପ୍ରଦେଶ

ଉତ୍କଳ ପ୍ରଦେଶ - ଲଲାଟେନ୍ଦୁ ବାରିକ
ସୁଜଳା ସୁଫଳା ଶସ୍ୟଶ୍ୟାମଳା
   ସୁ ବିମଣ୍ଡିତ ଉତ୍କଳ ର ଗଳା
ତରୁ ଲତା ଵଣ ପାହାଡ଼ ନ ଈ
  ସବୁଠୁ ସୁନ୍ଦର ମୋ ଉତ୍କଳ ଭୂଇଁ
ଜାତି ଧର୍ମ ବର୍ଣ୍ଣେ ନାହିଁ ଭିବେଦ
  ରୁହନ୍ତି ଏକାଠି ଭୁଲି ବିବାଦ
ବିଭିନ୍ନତା ସତ୍ତ୍ୱେ ଐକ୍ୟଭାଵ
   ଉତ୍କଳ ଭୂଇଁ ର ମୂଳ ସ୍ଵଭାବ
ଆହୁରି ଯେ କେତେ ଯୋଗ୍ୟ ସନ୍ତାନ
  ରଖିଛନ୍ତି ଟେକ ଦେଇ ଜୀବନ ଦାନ
ନଦୀ ନାଳ ଯାର ଗାଏ କାବ୍ୟ ଗୀତି
  ଝରଣା ଶୁଣାଏ ତାର ଯଶ କୀର୍ତ୍ତି
ସଂସ୍କୃତି ଐତିହ୍ୟ ତା କେଡେ ମହାନ
    ଭୁଲି ହୁଏ ନାହିଁ ପର୍ବାଣୀ ମାନ
କାରୁକାର୍ଯ୍ୟ ମଧ୍ୟେ ଲାଗ ଇ ଭିନ୍ନ
   ଆଶ୍ଚର୍ଯ୍ୟ ରେ ଭରେ ଦୁଇ ନୟନ
ସବୁ ଠାରୁ ଭିନ୍ନ ମୋ ଉତ୍କଳ ପ୍ରଦେଶ
   ଦେବାଦେବୀ ଙ୍କ ର ଅଟେ ଆବାସ
ଯା ର ପରଶ ରେ ଧନ୍ୟ ଏ ମାଟି
  ମରଣ କାଳରେ ନିଏ ସାଉଁଟି
ସରଗ ଠୁ ବଡ଼ ଅଟେ ପ୍ରଦେଶ
   ସୁନ୍ଦର ତା ଲାଗେ ଓଡ଼ିଆ ଭାଷା
ଯେଉଁ ଦେଶେ ଯାଇ ରହିଲେ ଭାଇ
 ଝୁରଇ ମନ ତା ମାଟି ପାଣି ପାଇଁ

ଲଲାଟେନ୍ଦୁ ବାରିକ
ଭଦ୍ରକ, ବାସୁଦେବପୁର

Post a Comment

Post a Comment (0)

Previous Post Next Post