ଉତ୍କଳର ଦୁଃଖ

ଉତ୍କଳର ଦୁଃଖ - ପ୍ରଦୀପ କୁମାର ଦାସ


ଉତ୍କଳର ରୂପ ଲାଗୁଛି ଶ୍ରୀହୀନ,
କୋରୋନା ପ୍ରଭାବେ ଦିଶେ ଜନଶୂନ୍ୟ ||୧||

ଉତ୍କଳର ସାଆନ୍ତ କାଳିଆ ଠାକୁରେ,
କୋରୋନା ଦାଉରେ ଭକତଠୁ ଦୂରେ ||୨||

ଉତ୍କଳର ବନ୍ଧୁ ଭାଇଚାରା ମେଳି,
କୋରୋନା କହୁଛି ନାହିଁ କୋଳାକୋଳି ||୩||

ଉତ୍କଳର ବାସୀ ବିଦେଶରେ ବନ୍ଦୀ,
କୋରୋନା କୋପରେ ଦିନଯାଏ କାନ୍ଦି ||୪||

ଉତ୍କଳର ଚାଷୀ ଖୋଜେ ମୁଠେ ବାସି,
କୋରୋନା ବାଧକେ ହାତେ ବନ୍ଧା ରସି ||୫||

ଉତ୍କଳର ଶିକ୍ଷା ଘରେ ଝୁଲେ ତାଲା,
କୋରୋନା ମାନେନା ଗୁରୁ ଅବା ଚେଲା ||୬||

ଉତ୍କଳର ସ୍ୱ|ସ୍ଥ୍ୟ ଖଣ୍ଡାଧାରେ ସମ,
କୋରୋନା ସାଜିଛି ସାରାଦୁନିଆର ଯମ ||୭||

ଉତ୍କଳର ଆର୍ଥିକ ମେରୁ ବିପର୍ଯ୍ୟୟ,
କୋରୋନା ମାତିଛି କରି ଜୟ ଜୟ ||୮||

ଉତ୍କଳର ମାଟି ଭିଜୁଛି ଲୁହରେ,
କୋରୋନା ବୁଲୁଛି ଅଦୃଶ୍ୟ ରୂପରେ ||୯||

ଉତ୍କଳର ଦିଅଁ ସାରା ଜଗତ ଈଶ୍ୱର,
କରୋନାକୁ ତୁମ୍ଭେ କର ହେ ସଂହାର ||୧୦||



ପ୍ରଦୀପ କୁମାର ଦାସ (ଆର୍.ଜେ ରାଜୁ)
ଦୁଲାଖା ପାଟଣା,କୋରାଇ,ଯାଜପୁର

Post a Comment

Post a Comment (0)

Previous Post Next Post
Free Shubhdristi App Download Now