ଭକତି ର ଅର୍ଘ୍ୟ ଦେଇ

ଭକତି ର ଅର୍ଘ୍ୟ ଦେଇ - ସନ୍ଧ୍ୟାରାଣୀ ଦାଶ


ସ୍ବପ୍ନ ରେ ଦେଖିଲି ଭିନ୍ନ କଥା ଏକ
ନିଦ ରେ ଯାଇଛି ଶୋଇ,
ସୁଖ ଶାନ୍ତି ଦୟା କ୍ଷମା ଯେଉଁ ଠାରେ
ଓଡ଼ିଶା ରାଇଜ ଏଇ।
ମାତୃ ଗରଭ ରୁ ଜାତ ହୋଇ ମୁହିଁ
ପ୍ରଥମ ପାଦକୁ ଥାପି,
ପହିଲି କଥାଟି ମାଆ ର ଶୁଣିଲି
ନୀରବରେ ଚୁପି ଚୁପି।
ପ୍ରଥମରେ ମୋର କାନରେ ବାଜିଲା
ଓଡ଼ିଆ ମୋ ମାତୃ ଭାଷା,
ସେଇତ ମୋହର ପ୍ରିୟ ଓଡ଼ିଆ ଟି
ବର୍ଣିବି କି ପରିଭାଷା।
ମାଆ ଶିଖାଇ ଲା ପ୍ରଥମ କଥାରେ
ଓଡ଼ିଆ ଶବ୍ଦ କୁ ଦେଇ,
ଭାଷା ସହ ମୋତେ ପରିଚିତ କଲା
ମାତୃ ଭାଷା ମୋର ଏଇ।
ସ୍ୱତପୃତ ଭାବେ ଝରି ଆସେ ଓଠୁ ଓଡ଼ିଆ ଭାଷାର କଥା,
ଭାବ ବିନିମୟ ପ୍ରଧାନ ମାଧ୍ୟମ
ନ ରହିବ ମନେ ବ୍ୟଥା।
ମୋ ଜାତି ପାଇଁ କି ଶ୍ରେଷ୍ଠ ଅଟେ ପରା
ମାତୃ ଭାଷା ସହଚର,
ଜାତିର ଉନ୍ନତି କରିବାକୁ ହେଲେ
ମାତୃ ଭାଷା ଉଚ୍ଚ କର।
କେତେ ବୀର ସୁର ଲଢ଼ିଥିଲେ ପୁଣି
ଏଇ ମାତୃ ଭାଷା ପାଇଁ,
ତାଙ୍କରି ଆଦର୍ଶ ଆଗେଇ ଚାଲିବା
ଭକତି ର ଅର୍ଘ୍ୟ ଦେଇ।

ସନ୍ଧ୍ୟାରାଣୀ ଦାଶ
ସହକାରୀ ଶିକ୍ଷକ
ଜଗତସିଂହପୁର

Post a Comment

Post a Comment (0)

Previous Post Next Post
Free Shubhdristi App Download Now