ଉତ୍କଳ ଦିବସ - ଶିବାନୀ ପାତ୍ର
ଓଡିଶା ଭାରତର ଏପରି ଏକ ରାଜ୍ୟ ଯେଉଁଠି ଅଧିକାଂଶ ଲୋକ ଓଡିଆ ଭାଷାଭାଷି ଓଡିଶାର ପୁରୁଣା ନାମ 'କଳିଙ୍ଗ ଓ ଉତ୍କଳ'।ଏହା ଏପ୍ରିଲ ୧ ତାରିଖ ୧୯୩୬ ମସିହାରେ ଏକ ସ୍ବତନ୍ତ୍ର ରାଜ୍ୟ ରୂପେ ଇଂରାଜ ସରକାରଙ୍କ ଦ୍ବାରା ସ୍ବୀକୃତି ଲାଭ କଲା । ଓଡିଶା ଇତିହାସରେ ଏହା ଏକ ସ୍ମୃତି ଦିବସ, ପ୍ରତିବର୍ଷ ଓଡିଶାରେ ଏପ୍ରିଲ ୧ ତାରିଖ କୁ 'ଉତ୍କଳ ଦିବସ' ରୂପେ ପାଳନ କରାଯାଏ ।
'ଉତ୍କଳର ନାମ ଗୌରବାନ୍ବିତ, କାରଣ ଭାରତର ପୁରାତନ ଧାର୍ମିକ ଗ୍ରନ୍ଥରେ ଯଥା ମହାଭାରତରେ 'କଳିଙ୍ଗ' ର ଲୋକମାନଙ୍କ ବିଷୟରେ ବର୍ଣ୍ଣିତ ହୋଇଅଛି କି କଳିଙ୍ଗର ଲୋକମାନେ ସାହସୀ ଓ ବୀର ଥିଲେ । ଯଦି ଆମ୍ଭେ ଇତିହାସ ଦେଖୁ ତା ହେଲେ ଆମ୍ଭକୁ ଜଣା ପଡିବ ଯେ କଳିଙ୍ଗର ବା ଓଡିଶାର ସୀମା ଗଙ୍ଗାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା ।
ଓଡିଶାରେ ବିଦେଶୀ ଶାସକଙ୍କର ଶାସନକାଳ ଦୀର୍ଘ ସମୟ ଧରି ଚାଲିଥିଲା । ମୋଗଲ ମରହଟ୍ଟା ଓ ଇଂରେଜ ମାନଙ୍କର ଅକ୍ରମଣରେ ଓଡିଶା ନିଜର ଅସ୍ତିତ୍ବ ହରାଇ ବସିଲା । ଏହି ସମୟ ଭିତରେ ଓଡିଶାବାସୀଙ୍କୁ ନାନା ଅତ୍ୟାଚାରର ସମ୍ମୁଖୀନ ହେବାକୁ ପଡିଛି । ଇଂରେଜ ମାନଙ୍କ ରାଜନୈତିକ ବିଦେଶରେ ଓଡିଶା ନିଜର ଅସ୍ତିତ୍ଵ ହରାଇ ବସିଲା । ଇଂରେଜ ମାନଙ୍କ ନୀତିରେ ଲମ୍ବା ଚଉଡା ଅଂଶ ପଡୋଶୀ ରାଜ୍ୟମାନଙ୍କୁ ବାଣ୍ଟି ଦିଆଗଲା ଓ ଓଡିଶାବାସୀଙ୍କ ସହିତ ବହୁତ ବଡ ଅନ୍ୟାୟ ଓ ଅତ୍ୟାଚାର ହେଲା ।
ଓଡିଆର ଗୌରବ ମଧୁସୂଦନ ଦାସ 'ଉତ୍କଳ ସମ୍ମିଳନୀ ' ଗଠନ କରି ଓଡିଶାବାସୀଙ୍କୁ ଏକତ୍ରିତ କଲେ, ମଧୁବାବୁଙ୍କ ନେତୃତ୍ବରେ ଅଂଶଗ୍ରହଣ କରିଥିବା ମହାନ୍ ବ୍ୟକ୍ତିଙ୍କ ନାମ ହେଲା କୃଷ୍ଣଚନ୍ଦ୍ର ଗଜପତି । ବୈକୁଣ୍ଠ ନାଥ ଦେ, ଚଦ୍ରଶେଖର ବେହେରା , ଗୌରୀଶଙ୍କର ରାଏ, ଫକୀର ମୋହନ ସେନାପତି ଇତ୍ୟାଦିଙ୍କ ବଳିଦାନ ରେ ଓଡିଶା ନିଜର ସ୍ବତନ୍ତ୍ର ପରିଚୟ ଫେରି ପାଇଲା ।
'ଉତ୍କଳ ଦିବସ' ଓଡିଶା ବାସୀଙ୍କ ପାଇଁ ଏକ ଗୌରବର ଦିନ, ଓଡିଶା ସରକାର ଏଥିପାଇଁ ୧ ଏପ୍ରିଲ୍ କୁ ଛୁଟିଦିନ ଘୋଷଣା କରିଛନ୍ତି ।।
ଶିବାନୀ ପାତ୍ର
ଭଦ୍ରକ
Post a Comment