ପାହିଲା ଅନ୍ଧାର ରାତି

ପାହିଲା ଅନ୍ଧାର ରାତି - ଡ଼ଃ ପ୍ରତୀକ କୁମାର ପହି


ବାର ମାସେ ତେର ଯାତ ଲୋ ସଜନୀ 
ଓଡ଼ିଆ ମୋହର ନାମ,
ଜଗତ ନାଥଙ୍କ ପାଦେ ଦଣ୍ଡବତ 
ଧନ୍ୟ ନୀଳାଚଳ ଧାମ....
ସ୍ବତନ୍ତ୍ର ପ୍ରଦେଶ ନଥିଲା ଉତ୍କଳ 
ଥିଲା ଖଣ୍ଡ ଖଣ୍ଡ ହୋଇ,
ଜାତି ସ୍ୱାଭିମାନ ଅତ୍ୟନ୍ତ ଶ୍ରୀହୀନ 
ଭାଷାର ମାନ୍ୟତା ନାହିଁ....
ଦୁର୍ଦ୍ଦଶା କାଳରେ ମଧୁ ବାରିଷ୍ଟର 
ଭିଡ଼ିଥିଲେ ନିଜ ଅଣ୍ଟା,
ତାଙ୍କରି ଆପ୍ରାଣ ପ୍ରଚେଷ୍ଟା ବଳରେ 
ଓଡ଼ିଶା ଲଭିଲା ସତ୍ତା....
ତାଙ୍କରି ଲେଖନୀ କଲା ଆବାହନୀ 
ସମୃଦ୍ଧ ହୋଇଲା ଜାତି,
ଫୁଟିଲା ଉତ୍କଳ ଭାଷାର ଭଣ୍ଡାର 
ପାହିଲା ଅନ୍ଧାର ରାତି 

Post a Comment

Post a Comment (0)

Previous Post Next Post
Free Shubhdristi App Download Now