ଉତ୍କଳ ଦିବସ

ଉତ୍କଳ ଦିବସ - ଆଶିଷ କୁମାର ସ୍ୱାଇଁ 


ଜନନୀ ଗୋ ତୁ ଛନ୍ଦି ହୋଇଥିଲୁ 
ପଡୋଶୀର ପରାଧୀନ ଫାସରେ
ଜନମ ଦେଲୁ ସୁଯୋଗ୍ୟ ସନ୍ତାନ
ସ୍ୱାଧୀନ ପାଇଲୁ ପ୍ରାଣବଳିରେ  ।       

ଏକ ଚାରି ଉଣେଇଶ ଛତିଶି
ସ୍ୱତନ୍ତ୍ର ରାଜ୍ୟର ମାନ୍ୟତାପ୍ରାପ୍ତ 
ସୁଜଳା ସୁଫଳା ଶସ୍ୟ ଶ୍ୟାମଳା
ଐତିହ୍ୟ ସଂସ୍କୃତି ଉତ୍କଳେ ଖ୍ୟାତ ।    

ବାଲେଶ୍ବର କୋରାପୁଟ କଟକ
ତାସଙ୍ଗେ ଗଞ୍ଜାମ ସମ୍ବଲପୁର 
ଶ୍ରେଷ୍ଠ ନୀଳକଣ୍ଠ ମଧୁସୂଦନ 
କୃଷ୍ଣ ଚନ୍ଦ୍ର କବିବର ଫକୀର ।       

ବାରବାଟୀ ଶାନ୍ତିସ୍ତୁପ ଉଦୟ
ଜଗନ୍ନାଥ ରାମଚଣ୍ଡୀ କୋଣାର୍କ
ବୀରପୁରୁଷଙ୍କ ବିରତ୍ୱ ପାଇଁ
ଉତ୍କଳେ ପାଇଛି ନବ ଆଲୋକ   

ଖୁସି ଆନଦର ପର୍ବ ଆସିଛି 
ଐକ୍ୟ ଭାତୃଭାଵ ସଙ୍ଗେ ଧରିଛି 
ସ୍ନେହ ମମତାର ପ୍ରୀତି ବାଣ୍ଟୁଛି
ଉତ୍କଳଦିବସ ନାଁ ବୋଲାଇଛି ।     

ଆଶିଷ କୁମାର ସ୍ୱାଇଁ ,  
ସାବିତ୍ରୀ ଭବନ , ସିଆରା , ପୁରୀ ।

Post a Comment

Post a Comment (0)

Previous Post Next Post
Free Shubhdristi App Download Now