ମଧୁବାବୁ

ମଧୁବାବୁ - ରାମ ଚନ୍ଦ୍ର ପ୍ରଧାନ


ଘେନ ମଧୁବାବୁ  ଉତ୍କଳ ଦିବସେ 
     ଭକ୍ତିପୂତ ଶ୍ରଦ୍ଧାଞ୍ଜଳି 
ଦେଶ ପାଇଁ ତୁମେ  ଏ ମତ୍ୟ ମଣ୍ଡଳେ 
     ଦେଇ ଅଛ ପ୍ରାଣବଳି... 
ତୁମ ଅବଦାନ  ଭାଷା ସାହିତ୍ୟକୁ
     କରିଛି ଦିଗ୍ ବିଜୟୀ  
ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନେ 
    ବୀର ତୁମେ କାଳଜୟୀ....
ହେ ଚିର ପୁଣ୍ୟାତ୍ମା  ପ୍ରବାଦ ପୁରୁଷ 
    ଅଗାଧ ତୁମର ଜ୍ଞାନ 
ମଧୁ ବାରିଷ୍ଟର  ନାମେ ପରିଚିତ 
    ବଢ଼ାଇ ଉତ୍କଳ ମାନ...
ଭାଷା ବିଦ୍ରୋହର ହେ ମୁଖ୍ୟ ପୁରୋଧା
     ଓଡ଼ିଆ ମାଟିର ବୀର 
ପ୍ରଥମ ଓଡ଼ିଆ  ଏମ୍‐ଏ ପଢୁଆ 
      ଥିଲ ତୁମେ ଓଡିଶାର... 
ଗଢି ଥିଲ ତୁମେ ଭାଷାର କୋଣାର୍କ 
     ତ୍ୟାଗ କରି ସ୍ୱାର୍ଥ ସବୁ
ଆହେ କୁଳବୁଦ୍ଧ ଉତ୍କଳ ଗୌରବ 
       କବିପ୍ରାଣ ମଧୁବାବୁ... 

ରାମ ଚନ୍ଦ୍ର ପ୍ରଧାନ, ଶିକ୍ଷକ 
ସାନ୍ତରାପଲ୍ଲୀ, ଗଞ୍ଜାମ 

Post a Comment

Post a Comment (0)

Previous Post Next Post