ଉତ୍କଳ ମାତାର ଜନମ ଦିନ

ଉତ୍କଳ ମାତାର ଜନମ ଦିନ  - ଶିବଶଙ୍କର ଦାସ


ସୁଖ ନିଦ୍ରା ଯାଏ ମୋର ଯାହାର କୋଳେ ,
ପାଣି,ପବନ ଯାହାର ଆମକୁ ପାଳେ ।

ଯାହାର ପଣତରେ ଦୁଃଖ ରୁହେନା ତିଳେ ,
ଜନମ ହେଇଛି ମୁଁ ସେଇ ଉତ୍କଳେ ।

ଉତ୍କଳେ ରହିଛି ବୋଲି ମୁଁ ବୋଲାଏ ଓଡ଼ିଆ ,
ସଭିଏଁ ଜାଣନ୍ତି ମୋ ଭାଷାଭାଷୀ କେଡ଼େ ବଢ଼ିଆ ।

ମଧୁବାବୁ, ଗୋପବନ୍ଧୁଙ୍କ ଏ ସୁନାର ଉତ୍କଳ ,
ଯାହାର ଇତିହାସ ଗଙ୍ଗା ପରି ନିର୍ମଳ।

ଆଜି ସେଇ ମୋ ପ୍ରିୟ ଉତ୍କଳ ମାତାର ଜନମ ଦିନ ,
କଥା ଦେଉ ପ୍ରତି ଓଡ଼ିଆ ସମର୍ପିବାକୁ ନିଜ ମନ ।

ଉତ୍କଳ ବୋଲି ଆମେ ହେଉ ଗର୍ବିତ ,
ଜଗନ୍ନାଥ ସଂସ୍କୃତି କରେ ଆମକୁ ପରିଚିତ ।

କାଳିଆ ସାଆନ୍ତ ଆମ ମଉଡ଼ ମଣି ,
ଯାହାର ଗାରିମା ବିଶ୍ୱକୁ କରିଛି ଗୁଣି ।

ପିଠା, ପଣା ଆମ ଓଡ଼ିଆଙ୍କ ପ୍ରଭା ,
ଏସବୁଠୁ ବଡ଼ ଆମ ଓଡ଼ିଆଙ୍କ ସେବା ।
ଧନ୍ୟ ହୋଇଛି ଜନମୀ ଏଇ ଉତ୍କଳେ ,
ପ୍ରାର୍ଥନା କରେ ମୁଁ ଶେଷ ନିଃଶ୍ୱାସ ଯାଉ ତାରି କୋଳେ ।

Post a Comment

Post a Comment (0)

Previous Post Next Post
Free Shubhdristi App Download Now