ମୋ ଓଡିଶା

ମୋ ଓଡିଶା -ରୀତା ଅପରାଜିତା ମହାନ୍ତି


ଓଡିଶା ମାଟିରେ ଜନ୍ମ ମୋହର
ଭାଷା ମୋର ଓଡ଼ିଆ
ଲାଗେ ମତେ ବଢିଆ
ଉତ୍କଳ ର ସଂସ୍କୃତି ପ୍ରାକୃତିକ ସୁଷମା କେ ସରିହେବ ।
ଆମ ପୁରୀ ମନ୍ଦିର ର ଶୋଭା 
ପାଉଛନ୍ତି ଜଗତ ର ନାଥ ଜଗନ୍ନାଥ ।
ସେ ପରି ଠାକୁର ଜଗତରେ ନାହଁlନ୍ତି।
ସେ ପରା ସାରା ଜଗତର ଠାକୁର ।
ଧଉଳି ,କୋଣାର୍କ, ଖଣ୍ଡଗିରି
ଆମ ଓଡିଶାର ପରମ୍ପରା ର ବଲିଷ୍ଠ ନିଦର୍ଶନ।
ଆମ ଓଡିଶୀ ନୃତ୍ୟ, ଆମ କୁଆଁର ପୂର୍ଣ୍ଣିମା ପର୍ବ
ଆମ ରଜ ପୋଡ଼ ପିଠା 
ସବୁତ ନିଆରା ।
ଓଡ଼ିଆ ଘର ର ପଖାଳ କଂସା 
ହେଉ କି ହବିଷ ଡାଲମା
ସବୁତ ବଢିଆ।
ଗୋପାବନ୍ଧୁ ,ଫକୀର ମୋହନ ,ମଧୁବାବୁ
ଏଇ ଓଡ଼ିଆ ଭାଷାର ନାଁ ରଖିଗଲେ।
ଆମେ ବି ଓଡ଼ିଶାର ହୃତ ଗୌରବ ବଢ଼େଇବା।
ଓଡ଼ିଶାର ମାଟି ପାଇଁ କିଛି କରିଯିବା।
ଓଡ଼ିଶାର ଯାହାର ଶାକ ତଣ୍ଡୁଳ ଖାଇ ବଡ଼ ହେଇଛି
ସେ ପୁଣ୍ୟ ଭୂମି ପାଇଁ କିଛି କରିଯିବା 
ବର୍ତ୍ତମାନର ମହାମାରୀ କରୋନା ଲଢ଼ିବା ପାଇଁ 
ଲକ ଡାଉନ ରହିବା ୨୧ ଦିନ
ନିଜ ଘରେ ରହିବା 
ଜଗନ୍ନାଥ ନିଶ୍ଚୟ ସବୁ ଭଲ କରିବେ।

ରୀତା ଅପରାଜିତା ମହାନ୍ତି
ପ୍ଲଟ ନ -୮୩(ସି) ,
ଆମ୍ରପଲ୍ଲୀ ,ଭୁବନେଶ୍ବର -୨୧

Post a Comment

Post a Comment (0)

Previous Post Next Post