ଉତ୍କଳ ଗାଥା

ଉତ୍କଳ ଗାଥା - ବିରେନ୍ଦ୍ର ନାୟକ


କି ଲେଖିବି ଆଉ କି ଦେଇ ଉପମା 
ଉତ୍କଳ ଭୂଇଁର ଗୁଣ ଓ ଗାରିମା
ଗୋଟି ଗୋଟି କରି କହୁଛି ଜାଣ
ମନ ଧ୍ଯାନ ଦେଇ ସଭିଏଁ ଶୁଣ ।

ଜନମି ଅଛନ୍ତି ଅନେକ ବୀର ଯେ
    ଏ ଉତ୍କଳ କୋଳେ
ସଭିଏଁ ତାର ଟେକ ରଖିଛନ୍ତି 
     ସେ ବାହୁବଳେ ।

ଇତିହାସେ ଆଜି ଖୋଦିତ ହୋଇଛି
     ସେ ବୀରଗାଥା 
ଭୂଗୋଳ ଦେଖିଲେ ଜଣାପଡିଯାଏ
     ତା ସୀମାରେଖା ।

କେତେ କେତେ ରଣ ହୁଙ୍କାର 
       ଏଇ ଉତ୍କଳୁ ସୃଷ୍ଟି 
ସେ ଯୁଦ୍ଧ ବିଭିଷିକା ରେ ଅଛି
      ମୁକସାକ୍ଷୀ ଏ ମାଟି ।

ଧଉଳି ସ୍ତୁପ ଯେ ମୁକସାକ୍ଷୀ ଅଛି 
      କେତେ ଯୁଦ୍ଧର 
ରାଜାରାଣୀ ଗୁମ୍ଫା ପ୍ରମାଣ ଦିଏ ସେ
        ବୀର କୀର୍ତ୍ତିରାଜିର ।

ଶହ ଶହ ବର୍ଷ ପୁର୍ବରୁ  ଖୋଦିତ
      ଅଛି ଏ କୀର୍ତ୍ତୀ
ଜଣାଯାଏ  କେତେ ସାହାସୀ ଥିଲେ
      ମୋ ଓଡିଆ ଜାତି ।

ବାଜି ରାଉତ ଓ ଧର୍ମପଦ କଥା 
      କହୁଛି ଶୁଣ
ନିଜ ଜାତି ଟେକ ରଖିଲେ ଦୁହେଁ 
      ବାର ବୟସେ ପୁଣ।

ଉତ୍କଳ ଭୂଇଁର ସେ ବୀର ସନ୍ତାନ 
  ପାଇକ ନାମରେ ସେ ପରିଚିତ  
ତାଙ୍କ ବୀରତ୍ବ ଗାଥା ଯେ ସଭିଙ୍କୁ ଜଣା
   ଜୟୀରାଜଗୁରୁ ତାଙ୍କର ସୂତ ।

ଯୁଦ୍ଧ ବୀର ଗାଥା ସରିଲା 
   ଏବେ କହୁଛି ଶୁଣ
ଉତ୍କଳ ପ୍ରଦେଶ ଗଠନେ
    କିଏ ମହାନ ଜାଣ ।

ମଧୁବାବୁ ଗୋପବନ୍ଧୁ ଯେ 
   ଅଟେ ନାମ ତାଙ୍କର 
ଉତ୍କଳ ପ୍ରଦେଶ ଗଠନ ପାଇଁ ଯେ
     ଅଛି କ୍ଷତି ତାଙ୍କର  ।

ଶତଚେଷ୍ଟା ପରେ ଅଇଲା
   ସେ ଶୁଭ ଦିବସ
ଉଣେଇସି ଶହ ଛତିଶି ରେ ହେଲା 
   ଗଠିତ ଉତ୍କଳ ପ୍ରଦେଶ  ।

ଆହୁରି ଅନେକ ଯୋଦ୍ଧା ଯେ 
     ଦେଲେ ପ୍ରାଣବଳୀ
ତାଙ୍କ ବୀରତ୍ବ ର ଗାଥା ମୁଁ 
    ନ ପାରିବି କଳି ।
      
        ବିରେନ୍ଦ୍ର ନାୟକ 
     ଅତା, ସୁକିନ୍ଦା, ଯାଜପୁର

Post a Comment

Post a Comment (0)

Previous Post Next Post
Free Shubhdristi App Download Now