ଆମେ ଉତ୍କଳୀୟ

ଆମେ ଉତ୍କଳୀୟ - ତ୍ରିଲୋଚନ ବୁଡ଼େକ


ମଧୁର ସ୍ଵରେ ଗାଇବା ଆସ 
ଆମେ ଉତ୍କଳୀୟ ବୋଲି, 
ସୁନ୍ଦର ଆମ ଜନମ ଭୂଇଁ 
ଜାଣ ଏବେ ଓଡିଶା ବୋଲି ||

ଏଇଠି କେତେ ବୀର ପୁରୁଷ 
ନେଇ ଥିଲେ ଯେ ଜନ୍ମ, 
ମା ମାଟି ପାଇଁ ସେମାନେ ଯେ 
କରିଥିଲେ ମହାନ କର୍ମ ||

ଭାଗ ଭାଗ ଥିଲା ଆମ ରାଜ୍ୟ 
ଗୋରା ସାହେବଙ୍କ ଶାସନ ବେଳେ, 
ଧନ୍ୟ ଆମ ଜାତି ଭାଇ ହୋ 
ମାଟି ପାଇଁ ହାତ ବଢ଼ାଇଲେ ||

1936 ଏପ୍ରିଲ 1ରେ ଦେଖ 
ଆମ କାର୍ଯ୍ୟ ହାସଲ ହେଲା, 
ସ୍ୱତନ୍ତ୍ର ମାନ୍ୟତା ପାଇଲା ହୋ 
ଉତ୍କଳ ଯେ ତାର ନାମ ହେଲା ||

ଉତ୍କଳିଆ ବୋଲି କରୁଛୁ ହୋ 
ଗର୍ବ ଯେ ଆମେ ଆଜି, 
ଉତ୍କଳ ଦିବସ ମନେଇବା ଆସ 
କରି ନିଜକୁ ସଜା ସଜି ||

ଆମରି ଶାସନ ଆମରି ହାତେ 
ଆମେ ଯେ ଭାରି ବଢିଆ, 
ଡରି ଯାଉ ନାହିଁ ଅନ୍ୟାୟ ଦେଖି 
ନ୍ୟାୟ ପାଇଁ ଯେ ଆମେ ଲଢୁଆ ||

କିଏ କଉଥିରେ ଅଛ ବେଳେ 
ଆସ ହୋ ବଳୁଆ, 
ସବୁ ବେଳେ ତେୟାର ହୋଇଅଛୁ 
ଆମେ ପୁରା ଲଢୁଆ ||

ତ୍ରିଲୋଚନ ବୁଡ଼େକ 
ଗଇନ ପୁରା, ଧମା 
ସମ୍ବଲପୁର

Post a Comment

Post a Comment (0)

Previous Post Next Post
Free Shubhdristi App Download Now