ଇତିହାସ କୁହେ - ବିକ୍ରମ ପ୍ରସାଦ ରଣା
ଇତିହାସ କୁହେ ଏ ମାଟିର କଥା
ପୁରାଣ ଗାଏ ଗାଥା ,
ଶୋଣିତ ପିପାସୁ ଚଣ୍ଡାଶୋକ ଦିନେ
ବାଣ୍ଟିଗଲା ଧର୍ମ ବାର୍ତ୍ତା ।୧।
ପୁନ୍ୟମୟୀ ଏ ମାଟିର କୋଳେ
କେତେ ଯେ ବୀର ଜାତ,
ବରଷା ଖରା ବାର ମାସରେ
କେତେ ଯେ ହୁଏ ଯାତ।୨।
ଜଗତ ନାଥ ଜଗନ୍ନାଥଙ୍କ
ଏ ଯେ ଅଟଇ କ୍ଷେତ୍ର,
ଓଡ଼ିଆର ସେ ମଉଡ ମଣି
ତାଙ୍କୁ ସଦା ଦେଖଇ ନେତ୍ର।୩।
ଫିରିଙ୍ଗି ସେନା ଆସିଲେ ମାଡ଼ି
ଧରିଲେ ଶାସନ ବାଡି ,
ସାହସ ପଣେ ଓଡ଼ିଆ ପୁଅ
ଏ ମାଟିରୁ ଦେଲା ତଡି।୪।
ଗୋପବନ୍ଧୁ , ମଧୁସୂଦନ,ରାଜା ରାମମୋହନ
ସଭିଙ୍କର ଚେଷ୍ଟା ବଳେ ,
ଉତ୍କଳ ପ୍ରଦେଶ ଗଠନ ହୋଇଲା
ଏଇ ଭାରତ କୋଳେ ।୫।
Post a Comment