ଉତ୍କଳ ଦିବସ

ଉତ୍କଳ ଦିବସ - କୁମୁଦ ଚନ୍ଦ୍ର ନାଗ


ଥିଲା ସେ ଦିନ,
ଉଣେଇଶ ଶହ ଛତିଶ ମସିହା ଅପ୍ରେଲ ମାସ ଏକ ତାରିଖ
ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ହୋଇ ଥିଲା ଗଠିତ ।।
ସେହି ଦିନ ଠାରୁ ପ୍ରତି ବର୍ଷ ଅପ୍ରେଲ ଏକ ତାରିଖ କୁ,
ଉତ୍କଳ ଦିବସ ରୂପେ କରୁଛୁ ପାଳନ 
ଆସ ସମସ୍ତେ ମିଳିମିଶି କରିବା ଉତ୍କଳ ଦିବସ ପାଳନ।।
ଥିଲା ଆମ ଓଡ଼ିଶାର ପୂର୍ବ ନାମ ଉଡ୍ର,କଳିଙ୍ଗ, ଉତ୍କଳ
ବୀର ମାଟି ବୋଲି ଜାଣନ୍ତି ପରା ସକଳ ।।
ମଧୁସୂଦନ, ଗୋପବନ୍ଧୁ, ଗଙ୍ଗାଧର, କୃଷ୍ଣଚନ୍ଦ୍ର ଗଜପତି
ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିଥିଲେ ବୋଲି,
ତାଙ୍କୁ ଟିକେ ଆଜି କରିବା ମନରେ ସ୍ମୃତି ।।
ଧନ୍ୟ ତୁମେ ମହାପୁରୁଷ
ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରି,
ସମସ୍ତଙ୍କ ମୁଖରେ ଫୁଟାଇ ଥିଲ ହସ ।।
ଯେଉଁ ମାଟିରେ ଫଳେ ସ୍ବର୍ଣ୍ଣ ଧାନ
ଗଢି ଉଠିଛି କେତେ ମନ୍ଦିର ମାନ ।।
ଯାହା ପାଦ କୁ ଧୋଇ ଦେଇ ଯାଏ ମହାନଦୀର ଜଳ
ସେହି ତୋ ଆମର ପ୍ରଦେଶ ଉତ୍କଳ
ସମୃଦ୍ଧ ସଂସ୍କୃତି ସୁଶୀଲ ଆମ୍ଭ ଓଡ଼ିଶା
ଯେଉଁ ଭାଷା କହିବା କୁ ଲାଗେ,
 ସୁମଧୁର ସେହି ତୋ ଓଡ଼ିଆ ଭାଷା ।।
ଓଡ଼ିଆ ବୋଲି ଆମର ଗର୍ବରେ ଫୁଲି ଉଠେ ଛାତି
ନାହିଁ ଜାତି,ଧର୍ମ ସବୁ ଆମ୍ଭେ ଭାଇ,ଭଉଁଣୀ ଓଡ଼ିଆ ଜାତି।।
ଓଡ଼ିଆ ବୋଲି ଜୀବନ ଯାଉ
ରାଜ୍ୟ ପ୍ରତି ଆମ୍ଭ ସଦା ମମତା ଥାଉ ।।
                   
     କୁମୁଦ ଚନ୍ଦ୍ର ନାଗ
       ସନ୍ଧିକୁଲିଆରୀ,ଧର୍ମଗଡ,କଳାହାଣ୍ଡି

Post a Comment

Post a Comment (0)

Previous Post Next Post
Free Shubhdristi App Download Now