ପଳାଶ ଫୁଲ - ନିଲାମ୍ବର ମହାନନ୍ଦ
ଚଉଦ ବର୍ଷ ବନକୁ ଗଲ
ପଞ୍ଚବଟୀ ବନେ ତୁମେ ରହିଲ
ମାରିଲ କେତେ ରାକ୍ଷସ ମାନ
ମର୍ଯ୍ୟାଦା ପୁରୁଷ ତୁମେ ଶ୍ରୀ ରାମ ।।
ଆସିଲା ଲଙ୍କାରୁ ସୂର୍ପଣଖା ପୁଣି
ଦେଖିଲା ତୁମର ରୁପ ଲାବଣ୍ୟ
ରୁପରେ ତୁମର ହେଲା ମୋହିତ
ବିବାହ ହେବାକୁ କଲା ନିର୍ଦ୍ଦେଶ ।।
ଦେଖା ଦୁଖି ହୋଇ ତୁମେ ଦୁଇଭାଇ
ଶ୍ରୀ ରାମ ଆଦେଶେ ନାକ ତା କାଟି
ପଠାଇ ଦେଲ ଲଙ୍କାକୁ ପୁଣି
ସେଇଠୁ ଆରମ୍ଭ ନୁଆ କାହାଣୀ ।।
ସୂର୍ପଣଖା ଉଡ଼େ ଆକାଶ ଉପରେ
ରୁଧିର ପଡୁଛି ଝର ଝର ହୋଇ
ଦେଖାଯାଏ ରଙ୍ଗ ଅରଣ୍ୟ ମଧ୍ୟରେ
ପଲାଶ ଗଛରେ ଟୋପା ଟୋପା ହୋଇ ।।
ରାକ୍ଷାସ ଦେହରେ ଫୁଲ ନା ରୁଧିର
ଉଡିଗଲା ପଥେ ପଲାଶ ଫୁଲ
ଯେଉଁ ଆଡେ ଚାହିଁ କେତେ ଗହଗହ
ପଲାଶ ଫୁଲ ରେ ସୋଭା ଅରଣ୍ୟ ।।
ପତ୍ର ଝଡିଥିଲା ଫୁଲ ଫୁଟିଲା
ସବୁ ଯାଗାକୁ ସେ ସୁନ୍ଦର କଲା
ପଲାଶ ଫୁଲର ମହକ ନାହିଁ
ସୁନ୍ଦର ହେଲା ସେ କାହାରି ପାଇଁ ।।
ହୋଇଥିଲା ଦିନେ ରାକ୍ଷସ ସିଏ
ଲକ୍ଷ୍ମଣ ତୀର ରେ ନାକ କାଟିଲେ
ରାକ୍ଷସ ଠାରୁ ସେ ମୁକ୍ତି ପାଇଲେ
ପଲାଶ ଫୁଲରେ ଜନ୍ମ ସେ ହେଲେ ।।
ଗ୍ରୀଷ୍ମ ଅବକାଶେ ଫୁଟେ ଗଛରେ
ଫୁଟି ପୁଣି ସିଏ ମଉଲି ଯାଏ
ଛୁଅନ୍ତି ନାହିଁ କେ ସେହି ଫୁଲକୁ
ଦୂରରୁ ଦେଖିଲେ ଭାରି ସୁନ୍ଦର ।।
ନିଲାମ୍ବର ମହାନନ୍ଦ
ଆମ୍ବଗୁଡା,ଗୋଲାମୁଣ୍ଡା,କଳାହାଣ୍ଡି
Post a Comment