ମାଆ ହାତରନ୍ଧା

ମାଆ ହାତରନ୍ଧା -  ଶ୍ରୀମାନି ପ୍ରିୟଦର୍ଶିନୀ ଦାସ


ପିଲାଦିନେ ମୋ ପାଠ ବହି ରୁ ଏକ ଗୀତ "ଆମ ଘର" ପଢ଼ିଥିଲି, ସେଇଥିରୁ ପଦେ
         "ଏଇଟି ଆମ ରୋଷେଇ ଘର,
         ରଖିବା ତାହାକୁ ସଫା ସୁତର ।
         ଏଇଠାରେ ମାଆ
         ପରିବା କାଟେ
         ବେସର ବାଟେ
         ଜାଇ ରଗଡେ
         ଶାଗ ଖରଡେ,
         ଗଢଇ ପିଠା
         ଆରିସା,କାକରା, ଆଃ କି ମିଠା !
ଦ୍ଵିତୀୟ ଶ୍ରେଣୀ ରେ ପଢୁଥିବା ମୋ ଛୋଟ ମୁଣ୍ଡରେ ଏ ବେସର ବଟା, ଜାଇ ରଗଡା,ଶାଗ ଖରଡେ ଇତ୍ୟାଦି ପଶୁନଥିଲା । ଗୁରୁଜୀ ସିନା ଗୀତ ଟି ବୁଝେଇ ଦେଲେ,ହେଲେ ଏ ମନ ଟା ମାଆ ପାଖରେ ଥିଲା । ମାଆ କୁ ହିଁ ପଚାରିବି ୟା ମାନେ କଣ ? ଧୀରେ ଧୀରେ ବଡ଼ ହେବାରୁ ଜାଣିଲି ଆରେ ବାଃ ମା ମାଛ ବେସର ତ ଖୁବ୍ ଭଲ କରିଛି । କି ଯାଦୁ ଅଛି ତା ହାତରେ କେଜାଣି ଭଳିକି ଭଳି ଖାଦ୍ୟ ବନାଇ ଦେଉଛି । ମାଟି ଚୁଲି ରେ ତା ହାତରନ୍ଧା କି ସୁଆଦିଆ ଲାଗେ ସତରେ ! ଅଳ୍ପ ତେଲ ମସଲାରେ ଏତେ ସୁନ୍ଦର ଖାଦ୍ୟ ସବୁ ବନାଇ ଦେଉ, ତୋ ରୋଷେଇ ଆଗରେ ମୋ ରୋଷେଇ ବି ଫିକା ପଡି ଯିବ ।
  
        ପ୍ରତି ମାଆ ମାନେ ସକାଳୁ ନିଜ ନିତ୍ୟକ୍ରମ ସାରି ଦେଇ ବାଛି ନେଉଥିବା ସ୍ଥାନ ଟି ହେଉଛି ରୋଷେଇ ଘର । ସେଇ ରୋଷେଇ ଘର ଭିତରେ ରହି ପରିବାରର ସମସ୍ତ ଲୋକଙ୍କ ପାଇଁ ସେମାନଙ୍କ ମନମୁତାବକ ରୋଷେଇ କରିବା କଷ୍ଟ ବୋଲି ଭାବିଲେ କି ? ନା କେବେ ନୁହେଁ ! ରୋଷେଇ ଘର ସେମାନଙ୍କ ଅତି ପ୍ରିୟ ସାଥୀ । ଖୁସି ଖୁସି ରେ ସମସ୍ତଙ୍କ ପାଇଁ କିଛି ବି ବନାଇ ଦିଅନ୍ତି ଯାହା ଦ୍ଵାରା କଷ୍ଟ କଣ ଭୁଲି ଯାଆନ୍ତି । ସେମାନଙ୍କ ଖାଦ୍ୟ ଯେ ଅମୃତ ସମାନ, ସେଥିପାଇଁ ତ ଭଗବାନ ମଧ୍ୟ ବାରମ୍ବାର ମନୁଷ୍ୟ ରୂପ ଧାରଣ କରନ୍ତି ! ହଷ୍ଟେଲ ରେ ପିଲାମାନେ ତ ନିତି ଝୁରନ୍ତି ମାଆ ହାତରନ୍ଧା କୁ, ଘର ଛାଡ଼ି ବାହାରେ ଚାକିରି କରୁଥିବା ପିଲାମାନେ ହିଁ ଜାଣିଥାନ୍ତି ତାଙ୍କ ପାଇଁ ତାଙ୍କ ମାଆ ହାତରନ୍ଧା ସ୍ବର୍ଗ । ସେଇମାନେ ହିଁ କୁହନ୍ତି - " ପେଟ ତ ମାଆଙ୍କର ହାତରନ୍ଧା ଖାଇବାରେ ଭରୁଥିଲା ଆଉ ଆତ୍ମ ତୃପ୍ତି ମିଳୁ ଥିଲା, ଏବେ କାର ଦାମୀ ହୋଟେଲ ରେ ଖାଇବାରେ କେବଳ ଭୋକ ହିଁ ମରୁଛି ।
       ଆଜିର ନାରୀ ପାଖେ ହିଁ ସମୟ ଅଭାବ ତେଣୁ ଆଗାମୀ ପିଢ଼ି ମାଆ ହାତରନ୍ଧା ର ସ୍ଵାଦ ଜାଣିବେ କେମିତି ? ଗୋଟେ ବୃଦ୍ଧ ଲୋକଟିଏ ତାର ବୋହୂ କୁ କହୁଛି - ମାଆ ତୁ ଆଜି ଟିକେ ପଖାଳ ଆଉ ଶାଗ ଭଜା କରିଦିଅନ୍ତୁ ନାହିଁ । ଆଜି ମୋର କାଇଁ ପଖାଳ ଖାଇବାକୁ ଇଚ୍ଛା ହଉଛି । ବୋହୂ ଟି କହୁଛି - ବାପା ଆପଣ ଏତେ ବଡ଼ ସହରରେ ରହୁଛନ୍ତି ତଥାପି ଆପଣଙ୍କ ଗାଉଁଲି ଗୁଣ ଛାଡ଼ି ନାହିଁ । ପୋଡଶୀ ମାନେ ମୋତେ କଣ କହିବେ ? ଏବେ ମୋର ଅଫିସ୍ ସମୟ ହୋଇଗଲାଣି ଆପଣ ଏଇ ପାଉଁରୁଟି ଖାଇଦିଅନ୍ତୁ । ବୋହୂ ଗଲାପରେ ବୃଦ୍ଧ ଲୋକ ଟି ପାଉଁରୁଟି କୁ ଯଥା ସ୍ଥାନ ରେ ରଖି ଦେଇ ଭାତ ବସେଇଲେ, ପାଣି ଦେଇ ଖାଇଲେ ସିନା ମାଆ ର ପଖାଳ ସ୍ଵାଦ ସେଥିରେ ନଥିଲା । ସୀମା ରେ ରହୁଥିବା ସୌନିକ ଙ୍କୁ ପଚାରିବ କେଉଁ ଖାଇବା ଆପଣଙ୍କୁ ଭଲ ଲାଗେ । ଛଳ ଛଳ ଆଖିରେ କହିବେ ମା ହାତରନ୍ଧା । ଅନେକ ପିଲା ମା ଛେଉଣ୍ଡ ହୋଇ ମା ହାତରନ୍ଧା ଖାଇବା ରୁ ବଞ୍ଚିତ ହୁଅନ୍ତି । ସେ ଶିଶୁ ହୁଅନ୍ତୁ କି ବୃଦ୍ଧ ସମସ୍ତଙ୍କୁ ମା ହାତରନ୍ଧା ଛାଡ଼ିଦେଲେ ଆଉ ସବୁ ଖାଇବା ବେକାର ଲାଗେ । 
     
 || ସବୁ ମାଆ ମାନଙ୍କ ପାଇଁ 🙏🏻😊 ||


Post a Comment

Post a Comment (0)

Previous Post Next Post
Free Shubhdristi App Download Now