ମୋ ଉତ୍କଳ ମାତା - ନନ୍ଦିନୀ ରାଉତ
ଜନ୍ମ ଭୂମି ମାଆଲୋ ମୋର
ଜନ୍ମ ଭୂମି ମାଆ
ତୋହରି କୋଳେ ଜନ୍ମ ହୋଇଛି
ରଖିବି ତୋର ନାଁ.....
ଏ ମାଟି ସମୀର କହି ଯାଉଛି
ଧୀରେ ଗୋଟିଏ କଥା
ଝଡ଼ ବତାସ ଆସିଲେ ଯେତେ
ନଇଁବୁ ନାହିଁ ମଥା......
ଏ ରାଜ୍ୟ କୋଳରେ ବଡ଼ ହୋଇଛୁ
ବୁକୁରେ ବହୁଛି ଶ୍ୱାସ
ମାଆ ର ସୁରକ୍ଷା ପାଇଁ ସବୁ ଆମେ
ଦେବା ରେ ଶେଷ ନିଶ୍ୱାସ.....
ବଣ ପରବତ କେଡେ ଶୋଭା ତାର
କି ସୁନ୍ଦର ତା ଶରୀର
ଜ୍ଞାନର ଆଲୋକ ବିଶ୍ୱେ ଜାଳୁଛି
ଶତ୍ରୁଙ୍କୁ କରି ସଂହାର.....
ବିଶ୍ୱରେ ଶ୍ରେଷ୍ଠ ହୋଇଛୁ ମାତୁହି
ତୋ ଜ୍ଞାନ ଗାରିମା ପାଇଁ
ତୋ ମମତା ପାଇ ଜନ୍ମଭୂମିଗୋ
ଧନ୍ୟହୋଇଅଛି ମୁହିଁ.....
ନନ୍ଦିନୀ ରାଉତ,
ଅନଗୁଳ
Post a Comment