ଇପ୍ସିତ ଫଗୁଣ

ଇପ୍ସିତ ଫଗୁଣ - ଏ ପି ଶୁଭକାନ୍ତ


ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ହୋଲି ଆସିଛି। ଫଗୁଣର ଏଇ ପର୍ବରେ ପିଲା ବୁଢ଼ା ଠୁ ଆରମ୍ଭ କରି ରାସ୍ତା ଘାଟ ସବୁ ହୋଲିର ରଙ୍ଗରେ ରଙ୍ଗେଇ ହୋଇଛନ୍ତି। ଏହି ସମୟରେ ରଙ୍ଗ ଖେଳୁଥିବା ଛୁଆଙ୍କୁ ଲକ୍ଷ୍ୟ କରୁଥିବା ଅରୂପ ମନରେ କେବଳ ଗୋଟିଏ କଥା ଉଙ୍କି ମାରୁଥିଲା କେମିତି ଟିକେ ଅନନ୍ୟା କୁ ଫଗୁଣର ରଂଗରେ ରଙ୍ଗୀନ୍ କରନ୍ତାକି! କିନ୍ତୁ ନା ଅନନ୍ୟା କୁ ଫଗୁଣର ରଂଗରେ ରଙ୍ଗାୟିତ କରିଲେ କଣ ଏ ସମାଜ ତାକୁ ସହିପାରିବ ନା ଏ ରଙ୍ଗ କୁ କଳଙ୍କ ର କାଳିମା କରିଦେବ।

ଅରୂପ ମନେ ମନେ ଭାବିବସିଛି ହଠାତ୍ ଏମିତି ହୁଅନ୍ତାନି ଅନନ୍ୟା ହାତରେ ରଙ୍ଗ ଅବିର ଧରି ମୋ ପାଖକୁ ଦୋୖଡି ଆସନ୍ତା। ଦୁହେଁ ଦୁହିଁଙ୍କୁ ଲାଜମିଶା ନଜରରେ ମୁହଁ ଉଠେଇ ଚାହିଁବାର ସାହସ କରିବି ବିଫଳ ହେଉଥିବେ ଆଉ ଅନନ୍ୟା ଅରୂପ ର ଗାଲରେ ଗୋଲାପୀ ରଙ୍ଗର ଅବିର ବୋଳି ଦୂରକୁ ଚାଲି ଯାଉଥିବ। ତାକୁ ପିଛା କରି ଅରୂପ ମଧ୍ୟ ଯାଇ ଫଗୁଣର ମେଞ୍ଚାଏ ଫଗୁ ବୋଳି ଦିଅନ୍ତା ଅନନ୍ୟାର ଗୋରା ଗାଲରେ, ପରସ୍ପର ମଧ୍ୟରେ ହୋଲିର ସାତ ରଙ୍ଗ କେତେବେଳେ ପ୍ରେମର ଇନ୍ଦ୍ରଧନୁ ସାଜି ଯୌବନର ଫଗୁଣରେ ଅଦିନ ଶ୍ରାବଣର ଉନ୍ମାଦନା ସୃଷ୍ଟି କରନ୍ତା କେହି ଜାଣିପାରନ୍ତେନି। ଦୁହେଁ ଦୁହିଁଙ୍କୁ ଦେଖି କେବଳ ଆଖିର ଭାଷାକୁ ବୁଝିବାକୁ ଚେଷ୍ଟା କରନ୍ତେ। 

ହଠାତ୍ ଅନନ୍ୟା ର ଶବ୍ଦ ଶୁଣି ପ୍ରକୃତିସ୍ଥ ହେଲା ଅରୂପ। ଅରୂପ ସାମ୍ନାରେ ରଙ୍ଗ ଧରି ଭିନ୍ନ ଦିଗରେ ଚାଲିଯାଉଥିଲା ଅନନ୍ୟା ଆଉ ଦୂରକୁ ଚାଲି ଯାଉଥିବା ଅନନ୍ୟା ସହିତ ଅରୂପ ର ଇପ୍ସିତ ଫଗୁଣ ବି ଧୀରେ ଧୀରେ ଫିକା ହେବାକୁ ଲାଗୁଥିଲା।

1 Comments

Post a Comment

Post a Comment

Previous Post Next Post

ଶୁଭଦୃଷ୍ଟି ମୌସୁମୀ ଅର୍ଘ୍ୟ

(୨ୟ ବର୍ଷ, ୩ୟ ସଂଖ୍ୟା)

ଡାଉନଲୋଡ୍ କରନ୍ତୁ