ହୋଲି

ହୋଲି - ହୃଷିକେଶ ଦାଶ


ହୋଲି ଆସେ,ଟିକି ଟିକି
କଅଁଳିଆ ପତର ପିଠିରେ,
ଶୀତ ରେ ବତୁରୁ ଥିବା ପ୍ରେମିକା ର
ରଂଗ ଛଡ଼ା ବେରଙ୍ଗ ଓଠରେ।
ଅବା ଯାତନା କୁ ପିଇ ପିଇ
ଆକତା ମାକତା ହୋଇଥିବା
ଯାଯାବର,ଚେନାଏ ହସରେ।
ପୁଣି ରଂଗ କୁ ହଜାଇ ନୂଆ ନୂଆ
ରଙ୍ଗେଇ ହେଉଥିବା ଶୃଗାଳ ଙ୍କ
ମନୁଆ ମନରେ, ସୀମା ଆଉ-
ସରହଦ ଭୁଲିଥିବା,ପୁରୁଷାକାର ଙ୍କ ଠାରେ।
ଭଳି ଭଳି ଅୟସୀ ତନୁରେ।
ତୁମେ ଦେଖିଛ, ମୁଁ ବି ଦେଖିଛି
ରଂଗ ସବୁ ସାତଫାଳ ହୁଏ ଡଙ୍ଗରିଆ
ଭୋକିଲା ଆଖିରେ।
ସଡପ ବାତାଡି ରେ ଭିଜି ଥିବା
ରାଜକୀୟ ଚହାଣି ପାଖରେ।
ସ୍ବପ୍ନ ଆଉ ସତ୍ୟ,କ୍ଷଣ ଆଉ ନିତ୍ୟ
ର  କୁହୁକ ଲଗାଇ,ହଜିଯାଏ
ସମୟ ର ଫେନିଳ ବୁକୁରେ
ପ୍ରତୀକ୍ଷିତ ଆଗାମୀ ର
 ଭିନ୍ନ ଏକ ବର୍ଷ ଅପେକ୍ଷା ରେ।

Post a Comment

Post a Comment (0)

Previous Post Next Post