ରଙ୍ଗେଇ ରାଣୀ

ରଙ୍ଗେଇ ରାଣୀ - ସ୍ପନ୍ଦନ କୁମାର ପରିଡା


ହୋଲି ଆସେ ଆଣି ହସ,ଖୁସି ରେ ବାଣ୍ଟି ଦିଏ ଭାଇଚାରା ର ଲହରୀ,ହୋଲି ଭରିଦିଏ ଅସୁମାରୀ ମନରେ,ସୁକୁମାରୀ ଆଶା ଆକାଂକ୍ଷା ର ମଜା,ରଙ୍ଗ ରଙ୍ଗୋଲି ରେ ଦିଏ,
ଦୁଃଖୀ ମନରେ ପ୍ରୀତିର ଫରୁଆ। କେବେ କେବେ ସଭିଙ୍କଠାରେ ତ,ଆଉ କେବେ,ବେରଙ୍ଗୀ ଲାଜକୁଳୀ ଲତା ରେ ଲାଗିଯାଏ ହୋଇ କାକର ର ବୁନ୍ଦା।ରଙ୍ଗ ଲଗେଇ ଦିଏ ,ପ୍ରିୟାର ରଙ୍ଗ ବେରଙ୍ଗୀ ଓଠରେ,
ଆଉ କରେ ମତୁଆଲା ପିଆରାଫଗୁଣ ର ରଙ୍ଗ ପ୍ରେମିକାକୁ,ରଙ୍ଗ ରେ ରଙ୍ଗେଇ କରିଦିଏ,ପ୍ରେମୀ ପରି ମତୁଆଲା।

ରଙ୍ଗେଇ ରାଣୀ ସେ ମନରେ ଅସୁମାରୀ କୋହ,ଆଖିରେ ବହୁ ଅସରନ୍ତି ଖୁସି ର ପସର ,ସଭିଙ୍କୁ ସ୍ନେହପ୍ରୀତିରେ ବାନ୍ଧିବା ପାଇଁ ନିଆରା ପୀରତି,ସକାଳ ର କିରଣରେ ରଙ୍ଗ ର ସୂର୍ୟୋଦୟ ର ଆଭା,ପ୍ରସ୍ଫୁଟିତ କୁସୁମ ର ସୁଗନ୍ଧିତ ମହକରେ ସଜେଇ ହୁଏ ରଙ୍ଗେଇ ରାଣୀ।ଯେବେ ଖୁସି ଆଣି ଆସେ ସଭିଙ୍କପାଶେ,ପୁଣି ପୃଥିବୀ ବୁକୁରେ ଖେଳେଇ ଦିଏ,
ଅପେକ୍ଷା ର ସମୀରଣ।ସଭିଙ୍କ ମନରେ ଆନନ୍ଦ ଥିଲା ବେଳେ,
ପୁଣି ସଭିଙ୍କ ମନରେ ପ୍ରତୀକ୍ଷା,
ଆର ବର୍ଷ ର ଏହି ଦିନକୁ।

Post a Comment

Post a Comment (0)

Previous Post Next Post
Free Shubhdristi App Download Now