ପ୍ରକୃତ ସନ୍ନ୍ୟାସୀ କିଏ?

ପ୍ରକୃତ ସନ୍ନ୍ୟାସୀ କିଏ?-ନରେନ୍ଦ୍ର ପ୍ରସାଦ ବେହେରା



      ଅର୍ଜୁନଙ୍କୁ ଯେତେବେଳେ ଶ୍ରୀକୃଷ୍ଣ ଜ୍ଞାନଶିକ୍ଷା ଦେଉଥିଲେ ସେସବୁ କିଛି ବୁଝି ନ ପାରି କୃଷ୍ଣଙ୍କୁ ପଚାରିଲେ, କେତେବେଳେ ତୁମେ କର୍ମସନ୍ନ୍ଯାସ ବୋଲି କହୁଛ ତ ପୁଣି କେତେବେଳେ କର୍ମଯୋଗେ କରଣୀୟ ବୋଲି କହୁଛ, ଏବେ ଆପଣ କୁହନ୍ତୁ କର୍ମସନ୍ନ୍ଯାସ ଓ କର୍ମଯୋଗେ ଏ ଦୁଇଟି ମଧ୍ଯରୁ କେଉଁଟି ଶ୍ରେୟସ୍କର ଅଟେ । ତାର ଉତ୍ତର ଦେଇ କୃଷ୍ଣ କହିଲେ ହେ ଅର୍ଜୁନ, କର୍ମସନ୍ନ୍ଯାସ ଓ କର୍ମଯୋଗେ ଦୁଇଟିଯାକ ତୁମକୁ ସେଇ ଗୋଟିଏ ଲକ୍ଷ ମୁକ୍ତିଠାରେ ପହଞ୍ଚାଇ ଦିଅନ୍ତି । ମାତ୍ର ମନେରଖ, କାମ କରିବାରେ ଯେତେ ଆନନ୍ଦ ମିଳେ, କର୍ମ ତ୍ଯାଗରେ ସେତେ ଆନନ୍ଦ ମିଳେ ନାହିଁ । ସନ୍ନ୍ୟାସ ଓ କର୍ମ ପରସ୍ପର ବିରୋଧୀ ନୁହେଁ ସେମାନେ ସ୍ବାଧିନ ଓ ପରସ୍ପର ପରିପୂରକ । ମନୁଷ୍ୟ କର୍ମ ମାଧ୍ୟମରେ ଯେଉଁ ପ୍ରଗତିର ଅଧିକାରୀ ହୁଏ ଓ କର୍ମ ମାଧ୍ୟମରେ ଯେଉଁ ତାଲିମ ପାଏ, କର୍ମ ତ୍ଯାଗକଲେ ତାହା ଲାଭ କରି ନ ପାରି ନିଜର ଅବନତି କରେ । ଯିଏ କୌଣସି ପଦାର୍ଥ ଆଶା କରେନା ବା କୌଣସି ପଦାର୍ଥ ଘୃଣା କରେ ନା , ସେହି ପ୍ରକୃତ ସନ୍ନ୍ୟାସୀ ଅଟେ । ଯେଉଁ କର୍ମ ସଫଳତା ଓ ବିଫଳତା ପ୍ରତି ଦୃଷ୍ଟି ନ ଦେଇ , ଲାଭ ଓ କ୍ଷତି ବିଚାର ନ କରି , ସମ୍ମାନ ଓ ଅସମ୍ମାନ ବିଷୟରେ ନିର୍ଲିପ୍ତ ରହି ସବୁକିଛି ଈଶ୍ବରାର୍ପିତ ଭାବରେ କରାଯାଏ ତାହାକୁ ମଧ୍ୟ ସନ୍ନ୍ୟାସ ଆଖ୍ଯା ଦିଆଯାଇ ପାରିବ । ମୁଣ୍ଡ ଲଣ୍ଡା କରି ଗେରୁଆ ବସ୍ତ୍ର ପିନ୍ଧି ଖାଲି ନିଷ୍କର୍ମା ହୋଇ ବୁଲିଲେ କେହି ସନ୍ନ୍ୟାସୀ ହୋଇଯାଏ ନାହିଁ । ଯେ ଆନନ୍ଦ ଓ ନିରାନନ୍ଦ ଓ ଭଲ ମନ୍ଦର ଦ୍ବୈତଭାବ ପରିହାର କରିପାରିଛି, କେବଳ ସେ ହିଁ ସନ୍ନ୍ୟାସ ପଦବାଚ୍ଯ ହୋଇ ପାରିଛି  ।।

Post a Comment

0 Comments

Hindi Ads