ସନ୍ଧ୍ୟା - ଶ୍ରୀମାନି ପ୍ରିୟଦର୍ଶିନୀ ଦାସ
ସେଇ ଦୂର ଗଛରେ
ପକ୍ଷୀଦଳ ଉଡି ଆସି ବସିଯାଏ ।
ସେଇ ଦୂର ଗହିରରେ
ଗାଈଆଳ ଗାଈ ଧରି ଫେରିଯାଏ ।
ସେଇ ଦୂର ଆମ୍ବ ଗଛରେ
ବଉଳ ମହମହ ବସୁଥାଏ ।
ସେଇ ଗାଁ ମଝି ମନ୍ଦିରରେ
ଭାଗବତ ପଢାହୁଏ ।
ସେଇ ଗାଁ ଘରେ ଘରେ
ଚୁଲି ସବୁ ଲଗା ହୁଏ ।
ସେଇ ଘର ପିଣ୍ଡାରେ
କୁନାକୁନୀ ବହି ଧରି ବସିଯାଏ ।
ସେଇ ମନ୍ଦିର ବେଢାରେ
ଗାଁ ଲୋକ ଙ୍କ ଖଟି ଜମିଯାଏ ।
ସେଇ ଆଈ ମା ତୁଣ୍ଡରେ
ଗପ ପେଡି ସବୁ ଖୋଲି ଯାଏ ।
ସେଇ ବଣ ଭିତରେ
ବିଲୁଆ ଟି ବୋବୋଉ ଥାଏ ।
ସେଇ ପାଖ ଘର ଭିତରେ
ମୁଁ କବିତାଟି ଲେଖି ଦିଏ ।
ସେଇ ଦୂର ଆକାଶରେ
ସୁରଜ ବୁଡିଯାଏ ।
ମୋ କହିବା କଥାରେ
ସନ୍ଧ୍ୟା ହୋଇଯାଏ ।
ସତରେ ସନ୍ଧ୍ୟା ବେଳରେ
ଗାଁ ଟି କି ସୁନ୍ଦର ଦେଖାଯାଏ ।
Post a Comment