ଖୋଜିବି ମୁଁ

ଖୋଜିବି ମୁଁ - ଶ୍ରୀମାନି ପ୍ରିୟଦର୍ଶିନୀ ଦାସ



ଆଖି କହେ ଖୋଜିବି ମୁଁ
             ସାଗରେ ସେପାରେ
ମନ କହେ ହଜିଯିବି
             ନୀଳ ଆକାଶରେ 
ପ୍ରାଣ ଚାହେଁ ରହିବାକୁ
             ପାଶେ ପ୍ରେମିକର 
ଜାଣେ ନାହିଁ ହୃଦୟ ମୋ 
             ଖୋଜୁଛି କାହାକୁ
ଆଶା ଦିଏ ନିରାଶା କୁ
           ଆଲୋକ ଦେଖାଇ
ହସ ଖୋଜେ ହସିବାକୁ
            ଓଠ ଧାରେ ରହି 
ଯେବେ ତୁମେ ଆସୁଥିବ
          ଫସା ବାଲି ଡେଇଁ
ସାଗର କହିବ ନାହିଁ 
          ସରିତ କହିବ ନାହିଁ
ତୁମକୁ ଛାତିରେ ଧରି
           କେବଳ ବଞ୍ଚିଛି ମୁହିଁ 
କେମିତି ଭୁଲିବି କୁହ
            ସେଇ ତୁମ ଚାହାଣୀ
ଚାହାଣୀ ନୁହେଁ ତ ସିଏ
            ମୋ ପ୍ରେମ କାହାଣୀ ।



2 Comments

Post a Comment

Post a Comment

Previous Post Next Post
Free Shubhdristi App Download Now