ତୁମେ ମନେ ପଡ




ତୁମେମନେପଡ,
ହଁ ଭାରି ମନେ ପଡ
କେମିତିବା ମନେ ପଡିବନି!
ପହିଲି ସୂର୍ଯ୍ୟର କିରଣଠୁ ଆରମ୍ଭ କରି,
ରଜନୀ ର ଶେଷ ଚନ୍ଦ୍ରମା ପର୍ୟ୍ୟନ୍ତ।

ଚିର ସ୍ମରଣୀୟ ତୁମେ,
ସେ ଖିଲି ଖିଲି ହସ
ସ୍ମିତ ହାସ୍ୟ ଭରା ଚାହାଣି
ପାଗଳ କରୁଥିଲା ମୋତେ
ମୋ ଏକାକୀ ମନରେ।

ଆକାଶ କୁ ବଇନା ଦେଇ ଇନ୍ଦ୍ରଧନୁ ସାଜି
ରାଣୀ ହେଇ ଆସୁଥିଲ ଯେବେ
ଭିନ୍ନ ଭିନ୍ନ ସପ୍ତରଙ୍ଗୀ ଶାଢ଼ୀରେ,
ନଦୀ କୁ ଆଇନା କରି
ନିଜ ପ୍ରତିବିମ୍ବ ଦେଖୁଥିଲ
ଟିକେ ଦୃଷ୍ଟ ଆଉ ଚଗଲାମିରେ।

ତୁମ ସୁର୍ ମୟୀ ଆଖି
କଳା ମେଘି ଗଭା
ସତେ ଯେମିତି,
ମୁକ୍ତା ଝରି ପଡୁଥିଲା ଅଶାନ୍ତ ପାରାବରରେ।

ଚିର ହରିତ୍ ଅରଣ୍ୟ ପରି
ତୁମ କୋମଳ ହାତରେ ଶଙ୍ଖା ଭର ଭର
ବୁଝେଇ ଦଉଥିଲ ସେଇ ହାତେ
ଯଦି କେବେ ରୁଷି ଯାଏ ତୁମ ଉପରେ।

ଆଉ
ନୟନ ରେ ନୟନ ଫେଡ଼ି
ତୁମେ ଯେବେ ଚାଲି ଆସୁଥିଲ
ଭାରି ମନମୋହକ ସେ ମୁହୂର୍ତ୍ତ ଥିଲା
କେମିତି ଭୁଲିବି ସେ ମିଠା ମିଠା ସ୍ମୃତି।
ସତରେ ଭାରି ମନେ ପଡ,
ତୁମେ ମନେ ପଡ ପ୍ରତିମୁହୂର୍ତ୍ତରେ ।।

           
ନାରାୟଣ ସାହୁ
ଚଣ୍ଡିଖୋଲ,ଯାଜପୁର 

3 Comments

Post a Comment

Post a Comment

Previous Post Next Post

ଶୁଭଦୃଷ୍ଟି

(୨ୟ ବର୍ଷ, ୫ମ ସଂଖ୍ୟା)

ଡାଉନଲୋଡ୍ କରନ୍ତୁ
X
Free Shubhdristi App Download Now