ତୋ ଜୀବନର ପ୍ରଥମ ପ୍ରେମ ନୁହେଁ
ମୁଁ ଶେଷ ପ୍ରେମ ହେବାକୁ ଚାହେଁ... 
ପ୍ରଥମ ପ୍ରେମ 
ପିଲାଦିନ ବୋହୂ ବୋହୂକା, ଲୁଚକାଳି, ବାଲିଘର ପରି ଦିନେ ନା ଦିନେ ଭାଙ୍ଗିଯିବ... 
ତୂଳା ପରି ହ୍ରୁଦୟ ମୋର ଲୁହର ଓଜନ କେମିତି ସହିବ...
ତୋ ହାତ ଧରି ବାଟ ଚାଲୁଥିବି
ଜୀବନର ଶେଷ ନିଶ୍ୱାସ ଯାଏ  ... 
ଫି ରାତି ତୋ ସହ ମିଶି 
ଗଣିସାରିଥିବା ତାରାକୁ ପୁଣିଥରେ ଗଣିବାକୁ ଚାହେଁ...
ମୁଁ ତୋର ପ୍ରଥମ ପ୍ରେମ ନୁହେଁ ଶେଷ ପ୍ରେମ ହେବାକୁ ଚାହେଁ....
ପ୍ରେମ ତ ତାହା ନୁହେଁ 
ଆଜି ହେଇ କାଲି ଭାଙ୍ଗିଯିବ
ଆଖିର ଲୁହକୁ ନିତି ତକିଆ ପିିଇବ... 
ପ୍ରେମ ତାହା 
ଛାତି ତଳେ ରହି ଛାତିକୁ ଚିମୁଟି 
ରୁଗୁ ରୁଗୁ କରି ଜଳୁଥିବ ଜାଳୁଥିବ... 
ମୁଁ ତୋ ପାଇଁ ଜହ୍ନ ନୁହେଁ ଆକାଶ ହେବାକୁ ଚାହେଁ... 
ହାତ ସହ ହାତ ନୁହେଁ ରକତରେ ମିଶି ଯିବାକୁ ଚାହେଁ... 
ମୁଁ ତୋର ପ୍ରଥମ ପ୍ରେମ ନୁହେଁ 
ଶେଷ ପ୍ରେମ ହେବାକୁ ଚାହେଁ... 
© ଦୀପାଞ୍ଜଳୀ ଦାସ
ସା / ପୋ :- ଚନ୍ଦାହାଣ୍ଡି
ପିନ୍ :- ୭୬୪୦୫୯
ଜିଲ୍ଲା କଳାହାଣ୍ଡି

ଅତି ସୁନ୍ଦର କବିତା ଅପା....
ReplyDeleteଲେଖିକା ମନର ଭାଷା ଆମେ ବୁଝିଲୁ..
ReplyDeleteବହୁତ ସୁନ୍ଦର
ReplyDeleteଅତି ସୁନ୍ଦର କବିତା
ReplyDeletePost a Comment