![]() |
ଦିଗବଳୟ-ନାରାୟଣ ସାହୁ |
ମୁଁ ହଜିଯାଇଛି ସେଇଠି
ଯୋଉଠି
ନାହିଁ ସକାଳ ର କୁକ୍କୁଟ
ନାହିଁ କୋଇଲିର କୁହୁ କୁହୁ ମଧୁର ତାନ,
ନା ଅଛି ହୃଦୟ ରେ ଲାଖିଯାଉଥିବା ଗାଇଆଳ ବଇଁଶୀ ର ସ୍ଵନ।
ମୁଁ ହଜିଯାଇଛି ସେଇଠି
ଯୋଉଠି
ନା ଅଛି ଶ୍ରେଷ୍ଠ ବସନ୍ତର ଫେରିବାର ସ୍ଵପ୍ନ,
ନାହିଁ ପାଣି ନାହିଁ ଜୀବନ,
ନା ଅଛି ଶ୍ରାବଣୀ ର ମେଘର ଚିହ୍ନ।
ମୁଁ ହଜିଯାଇଛି ସେଇଠି
ଯୋଉଠି
ନାହିଁ ଗାଁ ବିଲ ରାସ୍ତା, ନା ନଈର କୁଳୁକୁଳୁ ନାଦ,
ନାହିଁ ସହରର ଜନଗହଳି
ନା ଅଛି ଜଙ୍ଗଲ ଜୀବର ନିର୍ଜନ।
ମୁଁ ହଜି ଯାଇଛି ସେଇଠି
ଯୋଉଠି
ନାହିଁ ଦିନ ପ୍ରହେଳିକା ର ବାସ୍ତବ ଚିତ୍ରଣ,
ନାହିଁ ଅଶାନ୍ତ ସମୁଦ୍ର ର କୂଳ ଲଙ୍ଘନ
ନା ଅଛି ଜନ ଗହଳିର ଆନନ୍ଦ ମେଲଣ।
ଏବଂ
ମୁଁ ହଜି ଯାଇଛି ସେଇଠି
ଯୋଉଠି,
ନାହିଁ ସୁଖ ଦୁଃଖ ମିଶା ବାର୍ତ୍ତାଳାପ
ନାହିଁ ସାଙ୍ଗ ଖଟି,
ନା ଅଛି ବାପା ମା, ଭାଇ ବନ୍ଧୁ ଆଉ ଅସରନ୍ତି ସ୍ଵପ୍ନ।।
ନାରାୟଣ ସାହୁ
ଚଣ୍ଡିଖୋଲ, ଯାଜପୁର
Post a Comment