ସୁଭାଷ

ସୁଭାଷ
.
ଦେଶ ଇତିହାସର ଏକ ଘଡିସନ୍ଧି କ୍ଷଣ
ଇଂରେଜ କରୁଥିଲେ କେତେ ଅତ୍ୟାଚାର ଶୋଷଣ
ଜାନୁୟାରୀ ୨୩ ୧୮୯୭ ଦିନ
କଟକ ଓଡ଼ିଆ ବଜାରେ ହୋଇଥିଲ ଜନ୍ମ ।

ପିଲାବେଳୁ ଥିଲା ଦେଶପ୍ରେମ ଭାବ
ଇଂରେଜ ଅଧ୍ୟାପକଙ୍କୁ ଦେଲ ଦୃଢ଼ ଜବାବ
ଅନ୍ୟାୟ ବିରୋଧୀ ସର୍ବଦା ଥିଲ
ଅନ୍ୟାୟ ସହ ସାଲିସ୍ କରିବା ଅପରାଧ ମଣିଲ ।

କଲେଜ୍ ନିର୍ବାଚନେ ଜିତି ହେଲ ୟୁନିଅନ୍ ନେତା
ଗଢିତୋଳିଥିଲା ତୁମ ଭବିଷ୍ୟତ କରି ରାଜନେତା
ସ୍ବରାଜ ଦଳ କଲିକତା ପୌର ନିର୍ବାଚନ
ତୁମ୍ଭ ସହଯୋଗ ରେ ଜିତିଲେ ଚିତ୍ତରଞ୍ଜନ ।

ଦେଶକୁ ସ୍ୱତନ୍ତ୍ର କରିବା ପାଇଁ
ଆଜାଦ୍ ହିନ୍ଦ୍ ଫୌଜ ରଚିଲ ଜର୍ମାନ୍ ଯାଇ
"ମୋତେ ରକ୍ତ ଦିଅ,ମୁଁ ତୁମକୁ ସ୍ବାଧୀନତା ଦେବି" ଆହ୍ଵାନେ
ଦେଶପ୍ରେମ ଜଗାଇଲ ପ୍ରତି ଭାରତୀୟ ମନେ ।

ସିଙ୍ଗାପୁରରେ ଗଢି ସରକାର ସ୍ଵାଧୀନ
ଆରମ୍ଭ କରିଲ "ଦିଲ୍ଲୀ ଚଲୋ" ଅଭିଯାନ
ଆଜାଦ୍ ହିନ୍ଦ୍ ସେନା ଅତିକ୍ରମ କରି ବର୍ମାର ସୀମା
ମଣିପୁରରେ ଉଡାଇଥିଲେ ଭାରତର ସ୍ବାଧୀନତାର ବାନା ।

ଅନେକ ସନ୍ଦେହରେ ପରିପୂର୍ଣ୍ଣ ତୁମ ଜୀବନ
ଆଜି ଯାଏଁ ହୋଇପାରୁନି ତୁମ ମୃତ୍ୟୁ ରହସ୍ୟ ଉନ୍ମୋଚନ
ଏ ଧରାପୃଷ୍ଠରେ ଜନ୍ମ ନେଇଛନ୍ତି ନେତା ଲକ୍ଷ ଲକ୍ଷ
ଶୁଭଦୃଷ୍ଟି ସମ୍ମୁଖରେ ସୁଭାଷ ତୁମେ ଏକା ଦକ୍ଷ ।

Post a Comment

Post a Comment (0)

Previous Post Next Post
Free Shubhdristi App Download Now