|
ମତଦାନ: ଏକ ଅଧିକାର
ଯଦି ତୁମକୁ ହେଲାଣି ଅଠର
ଡେରି ନ କରି ହୁଅ ତତ୍ପର,
କରିନାହଁ ଯଦି ମତଦାତା ପଞ୍ଜୀକରଣ
ଶୀଘ୍ର କର ଏହି ଜନକଲ୍ୟାଣ।
ଆରମ୍ଭ ହୋଇଗଲେ ମହାଯଜ୍ଞ ନିର୍ବାଚନ
ଭୋଟ ଦେଇ କରିବ ପ୍ରତିନିଧି ଚୟନ,
ଭୋଟ ପାଇଁ ଯିଏ ଦେଖାଇବ ଲୋଭ
କିଛି ନ ଭାବି କରିବ ତାକୁ ବିରୋଧ।
ଦେଶର ଯିଏ ରଖିବ ମାନ
ଲକ୍ଷ୍ୟ ଯାହାର ସର୍ବୋପରି ରାଷ୍ଟ୍ର ନିର୍ମାଣ,
ସମ୍ବିଧାନ ପ୍ରତି ସଦାସର୍ବଦା ନିଷ୍ଠାବାନ
ବିଜୟୀ କର ତାକୁ ଦେଇ ମତଦାନ।
ମିଳିଛି ପ୍ରତିନିଧି ଚୟନର ସୁବର୍ଣ୍ଣ ସୁଯୋଗ
ହାତଛଡ଼ା କଲେ ଭବିଷ୍ୟତେ ହୋଇପାରେ କଷ୍ଟଭୋଗ,
ମତଦାନ କରିବାର ନିଅ ଦୃଢ଼ ସଂକଳ୍ପ
ପାଞ୍ଚ ବର୍ଷ ଯାଏଁ ମିଳିବନି ଆଉ ବିକଳ୍ପ।
ଜାତି ଧର୍ମ ଭିତ୍ତିରେ ନ ହୋଇ ବିଭାଜନ
ଦୃଢ଼ ଚିତ୍ତରେ କର ମତଦାନ,
ଭାରତବର୍ଷର ଲୋକତନ୍ତ୍ର ସରକାର
ମତଦାନ କରି ସାବ୍ୟସ୍ତ କର ନିଜ ଅଧିକାର।
Post a Comment