ଭଲ ଯଦି ପାଇଗଲା ମନର କି ଦୋଷ

ତୁମେ ଆସିଲା ପରେ ଏ ଅସଜଡା ଜୀବନେ
ବଦଳିଗଲା ସବୁକିଛି ଅଳ୍ପ କିଛି ଦିନେ
ଫୁଲ ପବନ ଆଉ ରାତି ଆକାଶର ଜହ୍ନ
ସବୁକିଛି ରେ ଖୋଜୁଛି ତୁମକୁ ମୋ ମନ।

ତୁମର ସେ ମୁହଁରେ ଫୁଟିଉଠୁଥିବା ସରୁହସ
ଆଉ ମନଜିଣା ତୁମ କଳାଭଅଁର ପରି କେଶ
କେମିତି କେ ସମ୍ଭାଳିବ ଦେଖି ତୁମ ବେଶ
ଭଲ ଯଦି ପାଇଗଲା ମନର କି ଦୋଷ।

ତୁମ ଚିନ୍ତାରେ ବୁଡିରହେ ମୋ ମଥା
ଭାବି ଭାବି ତୁମ କଥା
ଲେଖିଲିଣି କେତେ ଯେ କବିତା
କବିତା ନୁହେଁ ସେ ମୋ ମନର ବ୍ୟଥା।

ଭଲଲାଗୁନାହିଁ ଆଉ ସାଙ୍ଗସାଥୀ ମେଳ
ତୁମ ପାଇଁ ହୃଦୟରେ ହୁଏ ହଟ୍ଟଗୋଳ
ତୁମ ପ୍ରେମ ପାଇଁ ହୁଏ ମୁଁ ବିକଳ
ଦୁନିଆ କହଇ ମୋତେ ପ୍ରେମ ପାଗଳ।

ତୁମକୁ ନେଇ ସ୍ବପ୍ନ ଦେଖଇ ନୀତି
ସହର ସାରା ଚର୍ଚ୍ଚାରେ ଆମ ପ୍ରୀତି
ତଥାପି ତୁମେ କଣ ବୁଝିପାରନା ମୋ ପ୍ରେମଗୀତି
ତୁମ ଆଗରେ କହିବାକୁ ଲାଗେ ବଡ଼ ଭୀତି।

କହିବି କହିବି ବୋଲି ପାରୁନି କହି
ମନ କହୁଛି କହିଦେ ଆଉ ଚୁପ୍ ନ ରହି
ପ୍ରେମରେ ପଡ଼ିଲା ପରେ ଲାଗୁଛି ଡର
କାଳେ କରିନେବ ତୁମକୁ ଆଉ କିଏ ନିଜର।

Post a Comment

Post a Comment (0)

Previous Post Next Post