ଛାପିଦିଅନ୍ତି ନିମନ୍ତ୍ରଣ ପତ୍ର

ତୁମେ ପାଖେ ଥିଲେ ସମୟର ଗତି ଲାଗେ ମୋତେ କ୍ଷୀପ୍ର
ମୋ ସ୍ମୃତିପଟଳ ରେ ଆଙ୍କିହୋଇଯାଏ ତୁମ ଚିତ୍ର
ତୁମ ବିନା ଏଇ ସଂସାରଟା ଲାଗେ ଭାରି ବିଚିତ୍ର
ମନରେ ସନ୍ଦେହ ଉଠେ ତୁମେ ମୋର ପ୍ରେମିକା ନା ଜଣେ ଭଲ ମିତ୍ର।

ଲାଗୁଛି ଯେମିତି ଆମ ଭିତରେ ଗଢିଉଠିଛି ସମ୍ପର୍କର ଏକ ସୂତ୍ର
କଣ ତୁମ ହୃତ୍ ସ୍ପନ୍ଦନ ମୋତେ ଦେଖି ହୋଇନାହିଁ କେବେ ତୀବ୍ର
ଅନୁଗ୍ରହ କରି ଯଦି ଜଣାଇବ ତୁମର ଜାତି ଓ ଗୋତ୍ର
ମୁଁ କାଳବିଳମ୍ବ ନକରି ଛାପିଦିଅନ୍ତି ଆମ ବିବାହର ନିମନ୍ତ୍ରଣ ପତ୍ର ।
      

Post a Comment

Post a Comment (0)

Previous Post Next Post