ମୁଁ ଦୁନିଆ ଆଗରେ ନାରୀ

ମୁଁ ଦୁନିଆ ଆଗରେ ନାରୀ - ଏ ପି ଶୁଭକାନ୍ତ


ନାରୀ
ମୁଁ ଦୁନିଆ ଆଗରେ ନାରୀ। 

କେବେ ଝିଅ କେବେ ଭଉଣୀ
ପୁଣି କେବେ ପତ୍ନୀ ସାଜି ଆସିଛି ଘରକୁ ପର କରି
ମୁଁ ଦୁନିଆ ଆଗରେ ନାରୀ ।

କେବେ ପ୍ରେମ ନାମେ କେବେ କର୍ମ କ୍ଷେତ୍ରେ
ସମସ୍ତେ ଚାଲିଛନ୍ତି ଅସଦାଚରଣ କରି
ମୁଁ ଦୁନିଆ ଆଗରେ ନାରୀ ।

କେବେ ଯୌତୁକ ଜୁଇରେ କେବେ ମାତୃ ଗର୍ଭେ
ଏ ସମାଜ ଦିଏ ମୋତେ ମାରି
ମୁଁ ଦୁନିଆ ଆଗରେ ନାରୀ ।

ରାମାୟଣ ଅପହରଣ ମହାଭାରତ ବସ୍ତ୍ରହରଣ
ପ୍ରତିଯୁଗେ ରହିଥାନ୍ତି ଦୂରାଚାରୀ
ମୁଁ ଦୁନିଆ ଆଗରେ ନାରୀ ।

ପାପନାଶ ପାଇଁ ଏ ଧରାଧାମରେ
ଦେବୀ ରୂପେ ଆସିଛି ମୁଁ ଅବତରି
ମୁଁ ଦୁନିଆ ଆଗରେ ନାରୀ ।

ଭାବିବନି କେବେ ତୁଛ ବୋଲି ମୋତେ
ମୋ ବିନା ଏ ସୃଷ୍ଟି ଶୂନ୍ୟ ପରି
ମୁଁ ଦୁନିଆ ଆଗରେ ନାରୀ ।

ଟିକିଏ ସ୍ନେହ ଶ୍ରଦ୍ଧା ଆଉ ସମ୍ମାନ ପାଇଁ
ସମାଜ ଆଗରେ କରେ ଗୁହାରୀ
ମୁଁ ଦୁନିଆ ଆଗରେ ନାରୀ ।

Post a Comment

Post a Comment (0)

Previous Post Next Post
Free Shubhdristi App Download Now