ଭିନ୍ନ ଏକ ସତ୍ୟବାନ - ଏ ପି ଶୁଭକାନ୍ତ
ସାବିତ୍ରୀ ଅମାବାସ୍ୟା ପରି ଦିନରେ ବି ଛୁଟିଟିଏ ମିଳିଲାନି,ସବୁଦିନ ପରି ଆଜି ବି କାମ। ଘରୋଇ ସଂସ୍ଥାରେ କାମ କରିବା ବୋଧହୁଏ ଛୁଟିକୁ ଭୁଲିଯିବା ସହ ସମାନ। ବିବାହ ପରର ପ୍ରଥମ ସାବିତ୍ରୀ ବ୍ରତ କୁ ନେଇ ମୋର ଆଉ ଅନୁ ର ଯେତିକି ଉତ୍କଣ୍ଠା ଧୀରେ ଧୀରେ କମିବାକୁ ଲାଗିଲା। ସବୁଦିନ ପରି ଅନୁ ମୋ tiffin box ଟି ମୋତେ office ଯିବା ପୂର୍ବରୁ ଧରାଇଦେଇ ତା କାମରେ ଲାଗିଗଲା। Office ରେ tiffin କରିବା ପୂର୍ବରୁ ମୋର ମନେ ପଡିଗଲା ଆଜି ଅନୁ ମୋ ପାଇଁ ଉପବାସ ରଖିଥିବ ନା ମୁଁ ଆଉ ଖାଇପାରିଲିନି। ଅନୁ କଥା ଭାବି ମୋତେ ଭାରି ବ୍ୟସ୍ତ ଲାଗିଲା। Office ରୁ ଟିକେ ଶୀଘ୍ର ବାହାରି ଆସିଲି। ଘରେ ପହଞ୍ଚି ଦେଖିଲି ଅନୁ ଏକ ଲାଲ ଶାଢ଼ୀ ପିନ୍ଧିଛି, ସତେ ଯେମିତି ନବବିବାହିତ ବଧୂ ହେଲେ ସବୁଦିନ ମୋ ଫେରିବା ବେଳକୁ ଖୁସି ଦେଖାଯାଉଥିବା ଅନୁ ର ମୁହଁ ଫିକା ପଡିଯାଇଛି। ଅନୁ ନିଜ ଖାଇବା କଥା ନ ଭାବି ସବୁଦିନ ପରି ମୋ tiffin box ଖୋଲି ଦେଖିଲା।
ସବୁଦିନ ପରି tiffin ଖୋଲିବା ପୂର୍ବରୁ କହିବା ଆରମ୍ଭ କରିଦେଲା "ମୁଁ ଜାଣିଛି ଆଜି ବି ତମେ ସବୁ ଖାଇନଥିବ ଖାଇବା ଛାଡିଥିବ। ଏତିକି ଖାଇପାରୁନ ଦେହ ଝଡ଼ିଗଲାଣି। " Tiffin ଖୋଲିବା ବେଳକୁ ମୁଁ ବିଲକୁଲ ଖାଇନଥିବା ଦେଖି ଅନୁ ଆରମ୍ଭ କରିଦେଲା "କି କାମ କରୁଛ ଯେ ଖାଇବାକୁ ସମୟ ନାହିଁ।"
ମୁଁ ସେଠୁ ତାକୁ ବସାଇ ଦେଇ କହିଲି "ଆଲୋ ହୁଣ୍ଡି ଦିନସାରା ସମସ୍ତଙ୍କ କଥା ଭାବୁଛୁ ହେଲେ ନିଜ କଥା ଭାବିବାକୁ ତୋ ପାଖରେ ସମୟ ନାହିଁ, ଯଦି ତୁ ସାବିତ୍ରୀ ବ୍ରତ କରି ମୋ ଦୀର୍ଘ ଜୀବନ କାମନା କରୁଛୁ ତାହେଲେ ମୁ କାଇଁ କରିପାରିବିନି।"
ଗଳ୍ପଟି ଭଲ ଲାଗିଲା । ଆଶା କରୁଛି ଆପଣଙ୍କ ପାଇଁ ସେ ଦିନ ବହୁତ୍ ଶୀଘ୍ର ଆସୁ ।
ReplyDeletePost a Comment