ପଦ୍ମଶ୍ରୀ ସୁରେନ୍ଦ୍ର

ଗ୍ରାମ ପୁରୁଷୋତ୍ତମପୁର ଜ଼ିଲ୍ଲା କଟକ
୧୯୨୨ ମଇ ୨୧ରେ କଲ ଜନ୍ମଲାଭ
ସାଲେପୁର ଉଚବିଦ୍ୟାଳୟେ କଲ ଏକାଦଶ
ପାଠପଢ଼ା ବେଳୁ କଲ। ସାହିତ୍ୟର ଚାଷ।
ରାଜନୀତି ରେ ଥିଲା ତୁମର କାଟତି
ସାଂସଦ ଗଲ ଦ୍ଵିତୀୟ ପଞ୍ଚମ ଲୋକସଭା ଜିତି
ଏହାପରେ ୫ବର୍ଷ ଲୋକସଭାରେ ରହିଲ
ଓଡ଼ିଶାପାଇଁ ଅନେକ ସୁନାମ ଆଣିଲ।
ସ୍ୱାଧୀନତା ପର ଘଟଣାକୁ ଲେଖନୀ ରେ ଦେଲା ରୂପ
ତାକୁ ଲକ୍ଷ୍ୟ କରି ରଚିଗଲ ଉପନ୍ୟାସ ଗପ
ଜୀବନସାଥୀ ତୁମର ରେଣୁକା ମହାନ୍ତି
ସାହିତ୍ୟ ସାଧନେ ଲଭିଲ ତୁମେ ପଦ୍ମଶ୍ରୀ।
ଉତ୍କଳ ସାହିତ୍ୟ ରେ ପ୍ରକାଶ ହୋଇଥିଲା "ବନ୍ଦୀ"
ଆରତି ରେ ପ୍ରକାଶିଲ "ମଣିଷ ଓ ଅର୍ଥନୀତି"
"New Odisha" କୁ ସମାଲୋଚନାମୂଳକ ପ୍ରବନ୍ଧ ପଠାଇ
ଚାଂଚଲ୍ୟ ସୃଷ୍ଟି କରିଲ ସାମ୍ବାଦିକ ହୋଇ।
ଲେଖନୀ ମାଧ୍ୟମେ ଗଢିଲ ଅନେକ କୃତି
୧୨ ଉପନ୍ୟାସ,୧୦ରୁ ଅଧିକ ଗଳ୍ପ ସଂକଳନ କରିଥିଲେ ସୃଷ୍ଟି
ସାମ୍ବାଦିକତା ତୁମର ପଥ, ପୃଥିବୀ ସାହିତ୍ୟ ଓ ରାଜନୀତି
ଆତ୍ମଚରିତ ରଚିଥିଲ "ପଥ ଓ ପୃଥିବୀ" 
ନୀଳଶୈଳ ପାଇଁ ୧୯୬୯ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
କୂଳବୃଦ୍ଧ ପାଇଁ ୧୯୮୦ ଲଭିଲ ଶାରଳା ପୁରସ୍କାର
ଦୁଇଥର ଲଭିଛ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
ଏକାଧାରେ ତୁମେ ଥିଲ ସାହିତ୍ୟିକ, ରାଜନେତା, ସମ୍ପାଦକ,ସ୍ତମ୍ଭକାର।
ଓଡ଼ିଆ ସାହିତ୍ୟର ତୁମେ ରଚିଲ ଇତିହାସ
ସାହିତ୍ୟ ମାଧ୍ୟମେ କରିଲ ସଭିଙ୍କୁ ଵଶ
ଆଜିର ଶୁଭବେଳା ରେ ତୁମ ଜନ୍ମଜୟନ୍ତୀ
✍️ଶୁଭଦୃଷ୍ଟି ଜଣାଏ ଶ୍ରଦ୍ଧାଞ୍ଜଳି ହେ ସୁରେନ୍ଦ୍ର ମହାନ୍ତି।

Post a Comment

Post a Comment (0)

Previous Post Next Post
Free Shubhdristi App Download Now