ଫତୁରାନନ୍ଦ

ଓଡ଼ିଆ ସାହିତ୍ୟର ଏକ ଦିଗ
ହାସ୍ୟରସାତ୍ମକ ରଚନାକୁ ନେଇ ବ୍ୟଙ୍ଗ,
ଜୁନ ୧ ୧୯୧୫ ଝାଞ୍ଜିରିମଙ୍ଗଳା ଜିଲ୍ଲା କଟକ
ଜନମ ଲଭିଲେ ଓଡ଼ିଆ ବ୍ୟଙ୍ଗ ସାହିତ୍ୟର ଯୁଗପ୍ରବର୍ତ୍ତକ।
ନିଜ ଜନ୍ମକୁ ନେଇ କରିଥିଲ ତୁମେ ବ୍ୟଙ୍ଗ
ଈଶ୍ୱର କୁଆଡେ କହିଥିଲେ ଯା ଦେଖିବୁ ବିଶ୍ୱଯୁଦ୍ଧ,
ମାତା ସୁଭଦ୍ରା ପିତା ବିଦ୍ୟାଧର
ପୁତ୍ର ତୁମେ ମିଶ୍ର ରାମଚନ୍ଦ୍ର।
ପିଲାବେଳେ ମନେରଖିନପାରି ମସିହା
ଶିକ୍ଷକଙ୍କ ଠାରୁ ହୋଇଛି ବେତମାଡ଼ଖିଆ,
ଡାକ୍ତରୀ ପଢ଼ାବେଳେ ଦୃଷ୍ଟିଶକ୍ତି ହରାଇଲ
୧୯୩୮ ରେ ଏଲ ଏମ୍ ପି ଡ଼ିଗ୍ରୀ ହାତେଇଲ।
ଜୀବନବ୍ୟାପୀ ଅବିବାହିତ
ହୋଇ ରଚିଲ ବ୍ୟଙ୍ଗ ସାହିତ୍ୟ,
୩୦ରୁ ଅଧିକ ସାହିତ୍ୟ ରଚନା କାମ
ସମ୍ପନ୍ନ କଲା "ଫତୁରାନନ୍ଦ" ତୁମ ଛଦ୍ମନାମ।
ଜୀବନ ସଂଗ୍ରାମ କୁ ନେଇ ରଚିଲ ଆତ୍ମଜୀବନୀ
ନାଁ ତାର ଥିଲା 'ମୋ ଫୁଟାଡଙ୍ଗାର କାହାଣୀ',
ମାସିକ ସାହିତ୍ୟ ପତ୍ରିକା 'ଡଗର' କରିଥିଲ ସମ୍ପାଦନା
'ହାସ୍ୟ ବିକାଶ କେନ୍ଦ୍ର' 'ସରସ ସାହିତ୍ୟ ସମିତି' କରିଥିଲ ସ୍ଥାପନା।
ତବ ଲେଖନୀ ରୁ ଅନେକ ବ୍ୟଙ୍ଗାତ୍ମକ ସୃଷ୍ଟି
୩୦ରୁ ଉର୍ଦ୍ଧ୍ବ ସାହିତ୍ୟ ରଚନା ତବ କୃତୀ,
ସାହିତ୍ୟ କ୍ଷେତ୍ରରେ ଲଭିଛ ତୁମେ ୮ଟି ବଡ ସମ୍ମାନ
ଓଡିଶା ସାହିତ୍ୟ ଏକାଡେମୀ ଓ ଶାରଳା ସମ୍ମାନ।
୧୯୯୫ ନଭେମ୍ବର ୬ ରେ
ଛାଡି ଚାଲିଗଲ ସଭିଙ୍କୁ ଆରପାରେ,
ତୁମ ଜନ୍ମଦିନେ ଶ୍ରଦ୍ଧାଞ୍ଜଳି ଭକ୍ତିପୂତ
'ଫତୁରାନନ୍ଦ' ଓଡ଼ିଆ ସାହିତ୍ୟର ଶ୍ରେଷ୍ଠସୂତ।
✍️ଶୁଭଦୃଷ୍ଟି
୮୨୮୦୧୩୦୬୦୫

Post a Comment

Post a Comment (0)

Previous Post Next Post
Free Shubhdristi App Download Now