ରମେଶ ବାବୁ ଉଚ୍ଚପ୍ରତିଷ୍ଠିତ ସରକାରୀ କର୍ମଚାରୀ । ସ୍ତ୍ରୀ ଓ ୬ ବର୍ଷର ପୁଅ ଚିନୁ କୁ ନେଇ ତାଙ୍କ ପରିବାର । ସ୍ବାମୀ ସ୍ତ୍ରୀ ଉଭୟେ ଅନ୍ୟ ଆଗରେ ନିଜକୁ ଦେଖାଇହେବାକୁ ପସନ୍ଦ କରନ୍ତି । ପୁଅକୁ ଇଂରାଜୀ ମାଧ୍ଯମିକ ବିଦ୍ୟାଳୟରେ ପଢାଉଛନ୍ତି । ଘରେ ତଥା ବାହାରେ ନିଜର ଭାଷାରେ ଉଭୟେ ପତି ପତ୍ନୀ ଇଂରାଜୀ ବହୁଳ ଭାବେ ବ୍ୟବହାର କରୁଛନ୍ତି । ପୁଅକୁ ଓଡ଼ିଆ ମାଧ୍ଯମିକ ତଥା ସରକାରୀ ବିଦ୍ୟାଳୟର ପିଲାଙ୍କ ଠାରୁ ଦୁରାଇ ରହିବାକୁ କହିଛନ୍ତି । ଆଜି ଟିଭି ରୁ "ବାପା"ଶବ୍ଦ ଶୁଣି ପୁଅ ଯେତେବେଳେ ପଚାରିଲା ଡ୍ଯାଡ ବାପା ମାନେ କଣ ରମେଶ ବାବୁ ବୁଝିପାରୁନଥିଲେ ପୁଅ ର ଇଂରାଜୀ ଅଭ୍ଯାସ ପାଇଁ ଖୁସି ହେବେ ନା ଲଜ୍ଜିତ !
ଡ୍ୟାଡ
byA P Subhakanta
-
0
Tags:
Stories
A P Subhakanta
A P Subhakanta is pursuing bachelor's degree in life sciences from the Indira Gandhi National Open University. He is having a good command on written and oral communication skills. A P is a passionate blogger, who is currently working as an 'editor' at Shubhdristi ଶୁଭଦୃଷ୍ଟି .
facebook
twitter
instagram
youtube
Post a Comment