ନବ କଳିଙ୍ଗର ଖାରବେଳ

kharavela of new kalinga
ନବ କଳିଙ୍ଗର ଖାରବେଳ ତୁମେ
ହେ ବିଜୁ ପଟ୍ଟନାୟକ
ଅମଳିନ କୀର୍ତ୍ତି କରି ଦୁନିଆରେ
ରଖିଲ ଓଡ଼ିଶା ଟେକ।
ହାଇଗ୍ରୀବ ସାହେବ ହକିମାଡ଼ ଖାଇ
କଲେ ସ୍ବଦେଶ ପ୍ରସ୍ଥାନ
ସାଇକେଲେ ଗଲ ପେଶାବର ଯାଏ
ଏ ତୁମ ଛାତ୍ର ଜୀବନ।
ଇଣ୍ଡୋନେସିଆ ର ସ୍ଵାଧିନତା ପଛେ
ରହିଛି ତୁମରି ହାତ
ଇଂରେଜ କବଳୁ ସୁକର୍ଣ୍ଣ ଉଦ୍ଧାରି
ହେଲ ତୁମେ ଭୂମିପୁତ୍ର।
ଚୌଦ୍ୱାର ଠାରୁ ସୁନାବେଡା ଯାଏଁ
ଅଟଇ ତୁମର କୀର୍ତ୍ତି
ବୁର୍ଲା ଯାନ୍ତ୍ରିକ ମହାବିଦ୍ୟାଳୟ ପାରାଦ୍ୱୀପ ବନ୍ଦର
ରାଜ୍ୟକୁ ଦିଏ ସୁଖ୍ୟାତି।
ପଂଚାୟତେ ଦେଲ ନାରୀକୁ ସ୍ଥାନ
ନାରୀକୁ ମିଳିଲା ସମ୍ମାନ
ତେରରୁ ତିରିଶ ଜ଼ିଲ୍ଲା କରିଦେଲ
ବୁଝି ଲୋକଙ୍କର ମନ।
ଲେଖନୀ ମାଧ୍ୟମେ ଜଣାଏ ତୁମକୁ
ଶ୍ରଦ୍ଧାଞ୍ଜଳି ଭକ୍ତିପୂତ
ତୁମପାଇଁ ଦାବି ଭାରତରତ୍ନ
ହେ ଉତ୍କଳମାତା ଯୋଗ୍ୟତମ ସୁତ।

ଛବି ସୌଜନ୍ୟ -
ଶାଶ୍ୱତ ଦେବଦତ୍ତ
(Twitter- @pureodiasaswata)

Post a Comment

Post a Comment (0)

Previous Post Next Post
Free Shubhdristi App Download Now