ଓଡ଼ିଆ ନବବର୍ଷର ତୃତୀୟ ଦିବସ
ଅକ୍ଷୟ ତୃତୀୟା ପାଳିଥାଏ ସାରା ଦେଶ।
ଅକ୍ଷୟ ତୃତୀୟା ପାଳିଥାଏ ସାରା ଦେଶ।
ଅକ୍ଷୟ ତୃତୀୟା ରେ କଲେ କାର୍ଯ୍ୟ ଅନୁକୂଳ
କାର୍ଯ୍ୟଶେଷେ ମିଳିଥାଏ ଅତି ଶୁଭ ଫଳ।
କାର୍ଯ୍ୟଶେଷେ ମିଳିଥାଏ ଅତି ଶୁଭ ଫଳ।
ବଡ ପର୍ବ ଅଟେ ଏହା ପ୍ରତି କୃଷକର
କୃଷକ ଦିବସ କଲେ ଓଡିଶା ସରକାର।
କୃଷକ ଦିବସ କଲେ ଓଡିଶା ସରକାର।
ସକାଳେ କ୍ଷେତରେ ମୁଠି ଅନୁକୂଳ ଦିଆ
ପିଠାପଣା ସହ ସଂଜେ ହୁଏ ମୁଠିଛୁଆଁ।
ପିଠାପଣା ସହ ସଂଜେ ହୁଏ ମୁଠିଛୁଆଁ।
ଜଗନ୍ନାଥ ସଂସ୍କୃତିରେ ରହିଛି ମହତ୍ତ୍ୱ
ରଥକାଠ ଅନୁକୂଳ ଓ ଚନ୍ଦନ ଯାତ।
ରଥକାଠ ଅନୁକୂଳ ଓ ଚନ୍ଦନ ଯାତ।
କେନ୍ଦ୍ରାପଡା ମନ୍ଦିରରେ ପ୍ରଭୂ ବଳଦେବ
ଏହିଦିନ କରିଥାନ୍ତି ବିବାହ ଉତ୍ସବ।
ଏହିଦିନ କରିଥାନ୍ତି ବିବାହ ଉତ୍ସବ।
ଏହିଦିନୁ ଆରମ୍ଭ ତ୍ରେତୟା ଯୁଗ ଜାଣ
ଗଙ୍ଗା କରିଥିଲେ ପୁଣି ଧରାବତରଣ।
ଗଙ୍ଗା କରିଥିଲେ ପୁଣି ଧରାବତରଣ।
ଗଣେଶଙ୍କ ସାଥେ ବ୍ୟାସ ରଚିଲେ ମହାଭାରତ
ଜନ୍ମ ନେଇଥିଲେ ପର୍ଶୁରାମ ଓ ବଦ୍ରିନାଥ।
ଜନ୍ମ ନେଇଥିଲେ ପର୍ଶୁରାମ ଓ ବଦ୍ରିନାଥ।
ଅଜ୍ଞାତବାସେ ଶ୍ରୀକୃଷ୍ଣ ଖାଇ ଶେଷ ଅନ୍ନ
ଦ୍ରୌପଦୀଙ୍କୁ ଅକ୍ଷୟ ପାତ୍ର କରିଲେ ପ୍ରଦାନ।
ଦ୍ରୌପଦୀଙ୍କୁ ଅକ୍ଷୟ ପାତ୍ର କରିଲେ ପ୍ରଦାନ।
ଜନ୍ମିଥିଲେ ବ୍ରହ୍ମପୁତ୍ର ଅକ୍ଷୟ କୁମାର
ନାମିତ ହୋଇଛି ଏହା ତାଙ୍କରି ନାମର।
ନାମିତ ହୋଇଛି ଏହା ତାଙ୍କରି ନାମର।
ଶିବ କରିଥିଲେ ଆଜି କୁବେରଙ୍କ ସୃଷ୍ଟି
ତାଙ୍କୁ ଆରାଧନା କଲେ ହୁଏ ଧନବୃଷ୍ଟି।
ତାଙ୍କୁ ଆରାଧନା କଲେ ହୁଏ ଧନବୃଷ୍ଟି।
ଯଦି ପଡେ ରୋହିଣୀ ନକ୍ଷତ୍ର ସୋମବାର ଦିନ
ଅତି ପୁଣ୍ୟଫଳ ଦେଇଥାଏ ଗଙ୍ଗାସ୍ନାନ।
ଅତି ପୁଣ୍ୟଫଳ ଦେଇଥାଏ ଗଙ୍ଗାସ୍ନାନ।
ଲେଖନୀ ମାଧ୍ୟମେ ଜଣାଏ ଅଭିନନ୍ଦନ
ଧନଧାନ୍ୟେ ଭରିଯାଉ ସଭିଙ୍କ ଜୀବନ।
ଧନଧାନ୍ୟେ ଭରିଯାଉ ସଭିଙ୍କ ଜୀବନ।
ସହାୟତା :-
ତଥ୍ୟ- bhubaneswarbuzz.com
ମାନସୀ ପରିଡା
ତଥ୍ୟ- bhubaneswarbuzz.com
ମାନସୀ ପରିଡା
ଛବି- BramhaAstra(Fb)
Arabinda K Padhee(Twitter)
PURIWAVES(Twitter)
Dr.Kumar Vishwas(Twitter)
Arabinda K Padhee(Twitter)
PURIWAVES(Twitter)
Dr.Kumar Vishwas(Twitter)
Post a Comment