ଓଡ଼ିଆ ନବବର୍ଷ

 
ରାଶିଚକ୍ର ଅନୁସାରେ ଆମ ନବବର୍ଷ
ଅଟଇ ମେଷ ମାସର ପ୍ରଥମ ଦିବସ।
ଏହି ଦିବସର ଅଛି ଅନେକ ମହତ୍ତ୍ୱ
ହନୁମାନ ଜୟନ୍ତୀ,ପଣା ସଂକ୍ରାନ୍ତି ଆଉ ଝାମୁ ଯାତ।
ପ୍ରକୃତି ଦେଖାଇଥାଏ ତାର ରୂପ କାନ୍ତି
ଚତୁର୍ଦିଗେ ବଢିଯାଏ ନିଦାଘ ର ତାତି।
ନିଦାଘ ତାତି ରୁ ଲୋକଙ୍କୁ ରକ୍ଷା ପାଇଁ
କାଳବୈଶାଖୀ ରୂପରେ ମେଘ ଆସେ ଧାଇଁ।
ପର୍ବ ଏ ଅଟଇ ଶୈବ ଶାକ୍ତ ବୈଷ୍ଣବ ଧର୍ମର
ସମସ୍ତେ ଯାଆନ୍ତି ନିଜ ଇଷ୍ଟଙ୍କ ମନ୍ଦିର।
ଏହି ଦିନ ପ୍ରତି ଘରେ ପିଆ ହୁଏ ପଣା
ଚଉଁରା ଉପରେ ଲଗାନ୍ତି ଠେକି କରି କଣା।
ପୂର୍ବପରି ଆସିଛି ଆଜି ନୂଆବର୍ଷ
ଦେଖିବାକୁ ମିଳୁନି ଆଗପରି ହର୍ଷୋଲ୍ଲାସ।
ନୂଆବର୍ଷେ ପ୍ରଭୁ ପାଶେ ଏତିକି ମିନତୀ
ଭରିଦିଅ ସଭିଙ୍କ ଜୀବନେ ସୁଖ ଶାନ୍ତି ପ୍ରୀତି।
A P ଶୁଭକାନ୍ତ
୮୨୮୦୧୩୦୬୦୫

Post a Comment

Post a Comment (0)

Previous Post Next Post
Free Shubhdristi App Download Now