ଦଳିତ

  ପୂର୍ବରୁ ଭାରତ ବନ୍ଦ ଘୋଷଣା ହୋଇଥିଲେ ମଧ୍ୟ ତାର ସେମିତି କିଛି ପ୍ରଭାବ ଅନୁଭୂତ ହେଉନଥିଲା। ଚଣ୍ଡିଖୋଲ ସାରା ଗହଳି ଚହଳି ଲାଗି ରହିଥିଲା। ଲାଗୁଥିଲା ସତେ ଯେମିତି ଆଜିର ବନ୍ଦ ଓଡ଼ିଶାରେ ପ୍ରଭାବହୀନ।
         ସକାଳୁ ଏପରି ଅବସ୍ଥା ଦେଖି ମୁଁ ଓ ମୋ ବନ୍ଧୁ ରମେଶ ଆମେ ଦୁହେଁ ବାଇକ ରେ କଟକ ଅଭିମୁଖେ ଯାତ୍ରା ଆରମ୍ଭ କଲୁ। ଆମେ ଦୁହେଁ ଗାଡ଼ିରେ ଯିବା ସମୟରେ ଦେଶର ରାଜନୈତିକ ସ୍ଥିତି ବିଷୟରେ ଆଲୋଚନା କରୁଥିଲୁ। ହଠାତ ଟାଙ୍ଗୀ ପାଖାପାଖି ହେଲା ବେଳକୁ ଦେଖିଲୁ ଗାଡି ଜାମ ହୋଇଛି। ଆଗରେ କିଛି ଲୋକ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ହାତରେ ବାଇଗଣୀ ପତାକା ଓ ମୁଣ୍ଡରେ ବାଇଗଣୀ କପଡା ବନ୍ଧାହୋଇଛି। ସେମାନେ ସୁପ୍ରିମକୋର୍ଟ ବିଚାରପତି ଙ୍କ କୁଶପୁତ୍ତଳିକା ଦାହ କରିବା ସହ "ଜୟ ଭୀମ" ସ୍ଲୋଗାନ ଦେଉଥିଲେ। ସେମାନେ ଦୋକାନ ବଜାର ଗାଡି ମୋଟର ଭଙ୍ଗାରୁଜା କରିଛନ୍ତି ଅଥଚ ଲୋକମାନେ ବିରୋଧ ନ କରି ତାମସା କୁ ଉପଭୋଗ କରୁଛନ୍ତି। ମୋର ସେମାନଙ୍କ ଉପରେ କ୍ରୋଧ ଆସିଥିଲେ ବି ଯେହେତୁ ସାଙ୍ଗରେ ରମେଶ ଅଛି ଆଉ ସେ ଦଳିତ ତେଣୁ କିଛି କହିବିପାରିଲିନି। "କାଦୁଅ କୁ ଯିବି କାଇଁ ଗୋଡ ଧୋଇବି କାଇଁ" ନ୍ୟାୟ ରେ ମୁଁ ମଧ୍ୟ ଚୁପ ରହିଲି।
        ହଠାତ ଦେଖେ ତ ରମେଶ ସେମାନଙ୍କ ପାଖକୁ ମାଡିଚାଲିଛି। ରମେଶ ଦଳିତ ହୋଇଥିବାରୁ ମତେ ଲାଗିଲା ସେ ବି ସେମାନଙ୍କ ସହ ମିଶିବାକୁ ଚାହୁଁଛି। ମୁଁ ତାକୁ ବାଧା ଦେଲି କିନ୍ତୁ ସେ ମୋ କଥାକୁ ନ ଶୁଣି ବିକ୍ଷୋଭ ସ୍ଥାନ କୁ ମାଡିଚାଲିଲା। ତାକୁ ନ ଅଟକାଇ ମନେ ମନେ ବହୁତ ଗାଳିଦେଲି।
              କିନ୍ତୁ,ରମେଶ ସେଠି ପହଂଚି ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କଲା କିନ୍ତୁ ସେମାନେ ବୁଝିବାକୁ ନାରାଜ।
ରମେଶ ପଚାରିଲା - ଆପଣ ଭାରତୀୟ ହୋଇ ଭାରତ ର କ୍ଷତି କିପରି କରୁଛନ୍ତି। ଏହି ରାୟ କୁ ଗଣତାନ୍ତ୍ରିକ ପଦ୍ଧତିରେ ବିରୋଧ କରାଯାଇପାରିଥାନ୍ତା। ଏପରି କରିବା ଦ୍ୱାରା କିଛି ସୁଫଳ ମିଳିବନି। ୯୫% କ୍ଷେତ୍ରରେ ମିଛ ସାବ୍ୟସ୍ତ ହେଉଥିବା ରୁ ଏହା ତଦଣ୍ତସାପେକ୍ଷ। ମୁଁ ମଧ୍ୟ ଜଣେ ଦଳିତ।
ଗହଳି ରୁ ଏତେବେଳକୁ ରମେଶ ଦେହରେ କିଛି ପଥର ବାଜିସାରିଥିଲା।

ଗହଳି ରୁ ଜବାବ ଆସୁଥିଲା - ଆଉ ହିରୋ ହେବ ଦରକାର ନାହିଁ। ତୁ ଗୋଟେ ବେଇମାନ। ତୋତେ ଚମଚାଗିରି ପସନ୍ଦ ଆମକୁ ନୁହେଁ। ଯଦି ନିଜର ଭଲ ଚାହୁଁଚୁ ଆମ ସହିତ ଆସ ନହେଲେ ଅନ୍ୟମାନଙ୍କ ଭଳି ଦେଖ।
ରମେଶ କହିଲା - ପଥର କଣ ଗୁଳି ମାରିଲେ ବି ମୁଁ ଡରିବିନି। ଆରେ ଯଦି ଆମ୍ବେଦକର ଙ୍କୁ ମାନୁଛ, ତାହେଲେ ତାଙ୍କ କଥା ବି ମାନ। ସେ ସବୁବେଳେ କୁହନ୍ତି "ଆମେ ପ୍ରଥମେ ଓ ଶେଷରେ କେବଳ ଭାରତୀୟ" । ଆମମାନଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରି କିଛି ରାଜନୈତିକ ବ୍ୟକ୍ତି ନିଜର ଫାଇଦା ଉଠାଉଛନ୍ତି ଅଥଚ ବଳି ପଡୁଛେ ଆମେ।
ଏଥର କିନ୍ତୁ ଗହଳି ରୁ ଆଉ ଜବାବ ଆସିନଥିଲା ରମେଶ ଉପରେ ବାଡ଼ି ଓ ପଥର ମାଡ଼ ହୋଇଚାଲିଥିଲା। ଆଶ୍ଚର୍ଯ୍ୟ କଟକ ସହର ଉପକଣ୍ଠ ହେବା ସତ୍ତ୍ୱେ ବନ୍ଦ ସମୟରେ ପୋଲିସର ଅନୁପସ୍ଥିତି ଦେଶର ଆଇନ ଶୃଙ୍ଖଳା ବିଷୟରେ ପ୍ରମାଣ ଦେଉଥିଲା। କୌଣସି ଲୋକ ତାଙ୍କୁ ନ ଅଟକାଇ ମୋବାଇଲ ଫୋନ ରେ ଫୋଟୋ ଓ ଭିଡିଓ କରୁଥାନ୍ତି। ମୁଁ ୧୦୮ କୁ ଫୋନ କଲି ଆଉ ଭିଡ କୁ ଠେଲି ରମେଶ ପାଖରେ ପହଞ୍ଚିବାକୁ ଚେଷ୍ଟା କଲି। ରମେଶ ର ରକ୍ତ ଜୁଡୁବୁଡୁ ଶରୀର କୁ ଆଣିବାବେଳକୁ ମୁଁ ମଧ୍ୟ କ୍ଷତାକ୍ତ ହୋଇସାରିଥିଲି। ୧୦୮ ଆସି ପହଞ୍ଚିବାବେଳକୁ ରମେଶ ର ଅବସ୍ଥା ସମ୍ପୂର୍ଣ୍ଣ ସାଂଘାତିକ। ମେଡିକାଲ ରେ ପହଂଚିବାବେଳକୁ ରମେଶ ପଦେ କହିଲା - "ସେମାନେ ଜାତିବାଦ ରେ ଭାଙ୍ଗିବେ ଆମେ ରାଷ୍ଟ୍ରବାଦ ରେ ଯୋଡିବା" ଓ ସବୁଦିନ ପାଇଁ ଚୁପ ହୋଇଗଲା।

Post a Comment

Post a Comment (0)

Previous Post Next Post
Free Shubhdristi App Download Now